Odisha Link
Bridging the Missing Links in Odisha

ନ୍ୟୁୟର୍କ ଖବରକାଗଜ ପ୍ରଥମ ପୃଷ୍ଠାରେ ସିସୋଦିଆ, ଏଣେ ଘରେ ସିବିଆଇ ଚଢ଼ାଉ

ଓଏଲ୍‌ ବ୍ୟୁରୋ: ସିବିଆଇ ପଞ୍ଝାରେ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଡାହାଣହାତ କୁହାଯାଉଥିବା ମନିଷ ସିସୋଦିଆଙ୍କ ଘରେ ସିବିଆଇର ଛାନବିିନ। ଅବକାରୀ ପଲିସିକୁ ନେଇ ସିବିଆଇ ରେଡ କରିଥିବା ସୂଚନା ମିଳିଛି। ସେହିପରି ଏହି ପଲିସି ଲିଙ୍କରେ ଦିଲ୍ଲୀର ୨୦ଟି ସ୍ଥାନରେ ଚଢ଼ଉ କରିଛି ସିବିଆଇ। ତେବେ ସମସ୍ତ ଅଭିଯୋଗକୁ ଭିତ୍ତିହୀନ କହି ଟ୍ୱିଟ୍‌ କରିଛନ୍ତି ସିସୋଦିଆ। ଏଥିସହ ଆମେ ସିବିଆଇକୁ ସହଯୋଗୁ କରୁଛୁ ବୋଲି ସେ କହିଛନ୍ତି। କିଛି ଦିନ ପୂର୍ବେ ଅବକାରୀ ନୀତି ୨୦୨୧-୨୨ କାର୍ଯ୍ୟକାରୀ ହେବାରେ ସାଂଘାତିକ ଅନିୟମିତା ସାମ୍ନାକୁ ଆସିଥିଲା।

ସବୁଠୁ ବଡ଼ କଥା ହେଲା ବିଶ୍ବର ବଡ଼ ଖବର କାଗଜ ଦ ନ୍ୟୁୟର୍କ ଟାଇମ୍ସରେ ଦିିଲ୍ଲୀ ସରକାରଙ୍କ ଶିକ୍ଷା ନୀତିକୁ ପ୍ରଶଂସା କରାଯାଇଛି। ଖବରକାଜଗର ପ୍ରଥମ ପୃଷ୍ଠାରେ ହିଁ ଦିଲ୍ଲୀ ସରକାରଙ୍କ ଶିକ୍ଷା ନୀତିକୁ ପ୍ରଶଂସା କରାଯାଇଛି। ଗୋଟିଏ ପଟେ ମନିଷ ସିସୋଦିଆଙ୍କ ଖବର ବିଶ୍ବର ବଡ଼ ଖବର କାଗଜରେ ସ୍ଥାନ ପାଇଥିବା ବେଳେ ଅନ୍ୟପଟେ ସିବିଆଇ ମନିଷଙ୍କ ଘରେ ଛାନଭିନ୍‌ ଆରମ୍ଭ କରିଛି।

ସିଶୋଦିଆଙ୍କ ଘରେ ସିବିଆଇ ଟିମ୍ ନେଇ ଟାର୍ଗେଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ । ସେ କହିଛନ୍ତି ଯେ, ପୂର୍ବରୁ ବି ଅନେକ ଚଢଉ ହୋଇଛି । କିଛି ମିଳିନି। ଯେଉଁଦିନ ଆମେରିକା ଖବରକାଗଜର ପ୍ରଥମ ପେଜରେ ଦିଲ୍ଲୀ ଶିକ୍ଷାବ୍ୟବସ୍ଥା ଉପରେ ଖବର ଆସିଲା ସେଦିନ ହିଁ ସିବିଆଇ ଚଢଉ କରିଛି ବୋଲି ସେ କହିଛନ୍ତି ।

କିଛିଦିନ ତଳେ ଉପରାଜ୍ୟପାଳ ବିନୟ ସକସେନା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା ଅବକାରୀ ନୀତିର ଯାଞ୍ଚ ପାଇଁ ସୁପାରିଶ କରିଥିଲେ। ମୁଖ୍ୟ ଶାସନ ସଚିବଙ୍କ ରିପୋର୍ଟ ପରେ ଉପରାଜ୍ୟପାଳ ଏହି ପ୍ରସଙ୍ଗ ଉଠାଇଥିଲେ। ଯେଉଁ ରିପୋର୍ଟରେ ମନିଷଙ୍କ ଭୂମିକା ଉୁପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।

ଏପରିକି ଏହି ଘଟଣାରେ ଦିଲ୍ଲୀ ଉପରାଜ୍ୟପାଳ ଭି କେ ସାକ୍ସେନା ୧୧ ଅଧିକାରୀଙ୍କୁ ନିଲମ୍ବନ କରିଥିଲେ। ତତ୍କାଳୀନ ଦିଲ୍ଲୀ ଅବକାରୀ କମିସନର ଆରବ ଗୋପି କ୍ରୀଷ୍ଣ ଏବଂ ଉପ ଅବକାରୀ କମିସନର ଆନନ୍ଦ କୁମାର ତିୱାରୀଙ୍କ ସମେତ ୧୧ ଜଣ ନିଲମ୍ବନ ହୋଇଛନ୍ତି। ଅବକାରୀ ନୀତି କାର୍ଯ୍ୟକାରୀ କରିବାରେ ଉକ୍ତ ଅଧିକାରୀମାନେ ଅତି ସାଂଘାତିକ ତ୍ରୁଟି କରିବାରୁ ଦିଲ୍ଲୀ ଉପରାଜ୍ୟପାଳ ସେମାନଙ୍କୁ ନିଲମ୍ବନ କରିଛନ୍ତି। ଡିଏଭି (ଡାଇରେକ୍ଟୋରେଟ ଅଫ ଭିଜିଲାନ୍ସ)ର ତଦନ୍ତ ରିପୋର୍ଟ ଆଧାରରେ ସାକ୍ସେନାଙ୍କ ଦ୍ୱାରା ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇ ଥିଲା।

Leave A Reply

Your email address will not be published.