Odisha Link
Bridging the Missing Links in Odisha

ଗୁଜୁରାଟ ନିର୍ବାଚନ ପାଇଁ ବାଜିଲା ବିଗୁଲ

ଚଳିତଥର ଗୁଜୁରାଟରେ ୪.୯ କୋଟି ଭୋଟର ନିଜର ମତ ସାବ୍ୟସ୍ତ କରିବେ। ସେ ମଧ୍ୟରେ ୩,୨୪,୪୨୨ ଜଣ ନୂଆ ଭୋଟର ରହିଛନ୍ତି।

ଓଏଲ୍‌ ବ୍ୟୁରୋ: ବାଜିଲା ଗୁଜୁରାଟ ବିଧାନସଭା ନିର୍ବାଚନ ବିଗୁଲ। ମୁଖ୍ୟ ନିର୍ବାଚନ କମିଶନ ରାଜିବ କୁମାର ଓ ନିର୍ବାଚନ କମିଶନ ଅନୁପ ଚନ୍ଦ୍ର ପାଣ୍ଡେୟ ସାମ୍ବାଦିକ ସମ୍ମିଳନୀ କରି ଗୁଜୁରାଟ ନିର୍ବାଚନ ୨ଟି ଚରଣରେ ହେବ ବୋଲି କହିଛନ୍ତି। ଡିସେମ୍ବର ୧ ଓ ୫ ତାରିଖରେ ଦୁଇଟି ପର୍ଯ୍ୟାୟରେ ଗୁଜୁରାଟ ମତଦାନ ହେବ ବୋଲି ସେ ସୂଚନା ଦେଇଛନ୍ତି। ସେହିପରି ଡିସେମ୍ବର ୮ ତାରିଖରେ ହିମାଚଳ ପ୍ରଦେଶ ସହିତ ଗୁଜୁରାଟର ଫଳାଫଳ ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି ରାଜିବ କୁମାର।

ଚଳିତଥର ଗୁଜୁରାଟରେ ୪.୯ କୋଟି ଭୋଟର ନିଜର ମତ ସାବ୍ୟସ୍ତ କରିବେ। ସେ ମଧ୍ୟରେ ୩,୨୪,୪୨୨ ଜଣ ନୂଆ ଭୋଟର ରହିଛନ୍ତି। ସେହିପରି ଚଳିତଥର ମୋଟ ମତଦାନ କେନ୍ଦ୍ର ୫୧,୭୮୨ଟି ରହିଛି। ୫୦ ପ୍ରତିଶତ ମତଦାନ କେନ୍ଦ୍ରରେ ଓ୍ବେବକାଷ୍ଟିଙ୍ଗର ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର।

ନିର୍ବାଚନ କମିଶନଙ୍କ କହିବା ମୁତାବିକ ଚଳିତଥର ବିଧାନସଭା ନିର୍ବାଚନରେ ୧୪୨ଟି ମଡେଲ ପୋଲିଂ ଷ୍ଟେସନ୍‌ କରାଯିବ। ୧୨୭୪ଟି ମତଦାନ କେନ୍ଦ୍ର କେବଳ ମହିଳାଙ୍କ ପାଇଁ ଖୋଲିବ। ଯେଉଁଠି କେବଳ ମହିଳା ମାନେ ଭୋଟ ଦେଇ ପାରିବେ।

ସୂଚନାଯୋଗ୍ୟ, ଗୁଜୁରାଟରେ ମୋଟ ୧୮୨ଟି ବିଧାନସଭା ଆସନ ରହିଛି। ୨୦୧୭ ନିର୍ବାଚନରେ ମଧ୍ୟ ଦୁଇଟି ଚରଣରେ ନିର୍ବାଚନ ହୋଇଥିଲା। ସେହି ସମୟରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା। ବିଜେପି ୯୯ଟି ଆସନରେ ବିଜୟୀ ହୋଇଥିବା ବେଳେ କହଗ୍ରେସ ୭୭ଟିରେ ବିଜୟୀ ହୋଇଥିଲା। ୨୦୧୭ରେ ବିଜେପି ୫୦ ପ୍ରତିଶତ ଭୋଟ ପାଇଥିବା ବେଳେ କଂଗ୍ରେସ ୪୨ ପ୍ରତିଶତ ଭୋଟ ହାତେଇଥିଲା।

Leave A Reply

Your email address will not be published.