Odisha Link
Bridging the Missing Links in Odisha

ଦୀପିକାଙ୍କ ଗେରୁଆ ବିକିନିକୁ ନେଇ ହଙ୍ଗାମା

ଓଏଲ୍‌ ବ୍ୟୁରୋ: ରିଲିଜ ପୂର୍ବରୁ ବହୁ ପ୍ରତିକ୍ଷିତ ଫିଲ୍ମ ପଠାନକୁ ନେଇ ଆରମ୍ଭ ହେଲା ବିବାଦ। ଫିଲ୍ମର ପ୍ରଥମ ଗୀତ ବେଶରମ୍ ରଙ୍ଗ ରିଲିଜ ହେବା ପରେ ପରେ ସୃଷ୍ଟି ହୋଇଛି ହଙ୍ଗାମା। ଫିଲ୍ମକୁ ବ୍ୟାନ୍ କରିବା ପାଇଁ ହେଊଛି ଦାବି। ମଧ୍ୟପ୍ରଦେଶର ମନ୍ତ୍ରୀ ନରୋତ୍ତମ ମିଶ୍ରା ପଠାନକୁ ନେଇ ଦେଇଛନ୍ତି ବଡ଼ ପ୍ରତିକ୍ରିୟା।

ସେ କହିଛନ୍ତି, ପଠାନର ଗୀତରେ ଟୁକଡେ ଟୁକଡେ ଗ୍ୟାଙ୍ଗର ସମର୍ଥକ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ବେଶଭୂଷା ଅତ୍ୟନ୍ତ ଆପତ୍ତିଜନକ ରହିଛି। ଦୂଷିତ ମାନସିକତା ସହ ଗୀତକୁ ଶୁଟିଂ କରାଯାଇଛି । ଗୀତର ବେଶଭୂଷା ଓ ଦୃଶ୍ୟକୁ ସଜଡା ଯାଉ। ନଚେତ ମଧ୍ୟପ୍ରଦେଶର ଫିଲ୍ମ ରିଲିଜକୁ ଅନୁମତି ଦିଆଯିବ ନାହିଁ।

ପଠାନ ଫିଲ୍ମର ବେଶରମ୍‌ ରଙ୍ଗ ଗୀତର ଏକ ଦୃଶ୍ୟରେ ଦୀପିକା ଗେରୁଆ ରଙ୍ଗର ଏକ ବିକିନି ପିନ୍ଧିଛନ୍ତି। ଯାହାକୁ ନେଇ ହିନ୍ଦୁ ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ ସ୍ବାମୀ ଚକ୍ରପାଣି ମହାରାଜ ଆପତ୍ତି ଉଠାଇଛନ୍ତି। ସେ କହିଛନ୍ତି, ଏହା ଗେରୁଆ ରଙ୍ଗ । ଫିଲ୍ମ ପଠାନରେ ସନାତନ ଧର୍ମର ଅପମାନ କରାଯାଇଛି। ଏହାକୁ ଆଦୌ ସହ୍ୟ କରାଯିବନାହିଁ। ଉଲ୍ଲେଖଯୋଗ୍ୟ, ଆସନ୍ତା ବର୍ଷ ଜାନୁଆରୀ ୨୫ରେ ଫିଲ୍ମ ପଠାନ ରିଲିଜ ହେବ।