Odisha Link
Bridging the Missing Links in Odisha

ମୁଁ ଏବେ ବି ଫିଟ୍‌ : ଦାମ ରାଉତ

ଏଥିସହିତ ରାଜ୍ୟରେ ଆଗୁଆ ନିର୍ବାଚନ ହେବା ପ୍ରସଙ୍ଗରେ ସେ ନିଜ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି । ସେ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେଉଁଠୁ ଶୁଣିଲେ ଆଗୁଆ ନିର୍ବାଚନ ହେବ ବୋଲି

ଓଏଲ୍‌ ବ୍ୟୁରୋ: ୮୧ ବର୍ଷରେ ପଦାର୍ପଣ କରିଛନ୍ତି ବରିଷ୍ଠ ରାଜନେତା ଦାମଦୋର ରାଉତ। ଜନ୍ମଦିନ ଉପଲକ୍ଷେ ବିଜେଡିର ଏହି ପୂର୍ବତନ ନେତାଙ୍କ ନିକଟକୁ ଛୁଟିଛଇ ଶୁଭେଚ୍ଛାର ସୁଅ। ବହୁ ବରିଷ୍ଠ ନେତା, ସାମ୍ବାଦିକ, ମାନ୍ୟଗଣ୍ୟ ବ୍ୟକ୍ତି ଦାମ ରାଉତଙ୍କୁ ତାଙ୍କ ବାସଭବନକୁ ଯାଇ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି। ଏକଦା ବିଜେଡିର ତୁଣ୍ଡ କୁହାଯାଉଥିବା ଦାମ ରାଉତ ନିଜ ଜନ୍ମଦିନରେ ବି କଡ଼ା ଟିପ୍ପଣୀ ଦେପବାକୁ ପଛାଇ ନାହାନ୍ତି। ସେ କହିଛନ୍ତି ବୟସ ଅଧିକ ହୋଇଛି ସତ। ଯେଉଁଥିପାଇଁ ଶରୀରକୁ ରୋଗ ମାଡ଼ି ବସିଲାଣି, ହେଲେ ମୁଁ ଏବେ ବି ମାନସିତ ସ୍ତରରେ ପୁରା ଫିଟ୍‌ ଅଛି ବୋଲି କହିଛନ୍ତି ଶ୍ରୀ ରାଉତ।

ଏଥିସହିତ ରାଜ୍ୟରେ ଆଗୁଆ ନିର୍ବାଚନ ହେବା ପ୍ରସଙ୍ଗରେ ସେ ନିଜ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି । ସେ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେଉଁଠୁ ଶୁଣିଲେ ଆଗୁଆ ନିର୍ବାଚନ ହେବ ବୋଲି । ୨୦୦୦ ମସିହାରୁ ୨୦୧୯ ନିର୍ବାଚନ ପର୍ଯ୍ୟନ୍ତ ନବୀନ ପଟ୍ଟନାୟକଙ୍କ ଗାରିମା, ଲୋକପ୍ରିୟତା ବଢ଼ି ବଢ଼ି ଆସିଛି। ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ସ୍ଥିର ସରକାର ଅଛି । ସେ ଆଗୁଆ ନିର୍ବାଚନ କ’ଣ ପାଇଁ କରିବେ ବୋଲି ଦାମ କହିଛନ୍ତି ।

ସେ କହିଛନ୍ତି ଉତ୍ତର ପ୍ରଦେଶରେ ହୋଇଥିବା ଉପନିର୍ବାଚନରେ ବିଜେପିର ପରାଜୟ, ହିମାଚଳ ପ୍ରଦେଶରେ ବିଜେପି ପରାସ୍ତ ହେଲା, ଦିଲ୍ଲୀ ନଗର ନିଗମ ନିର୍ବାଚନରେ ଆପର ବିଜୟ ହେଲା, କେବଳ ଗୁଜୁରାଟରେ ବିଜେପିର ବିଜୟ ହୋଇଛି । ସେଥିପାଇଁ ଆଗୁଆ ନିର୍ବାଚନ କଥା କହୁଛନ୍ତି ବିଜେପି ନେତା ବୋଲି ଦାମ କହିଛନ୍ତି। ଏଥିସହିତ ସେ ଆହୁରି କହିଛନ୍ତି, କେବଳ ଗୁଜରାଟରେ ଜିତିବା ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ନୁହଁ । ଜାତୀୟସ୍ତରରେ ମୋଦିଙ୍କ ଲୋକପ୍ରିୟତା କମି କମି ଆସୁଛି ବୋଲି ସେ କହିଛନ୍ତି ।

ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ହେବ ବରିଷ୍ଠ ରାଜନେତା ଦାମଦୋର ରାଉତ ବିଜେଡି ସରକାରରେ ଅନେକ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି । ସେ ବିଜେଡିର ପ୍ରତିଷ୍ଠାତା ସଦସ୍ୟଙ୍କୁ ମଧ୍ୟରୁ ଜଣେ ଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ସହ ମତାନ୍ତର ଏବଂ ଦଳ ବିରୋଧୀ ମନ୍ତବ୍ୟ କାରଣରୁ ୨୦୧୮ରେ ଦଳ ବହିଷ୍କାର କରିଥିଲା। ଏହାପୂର୍ବରୁ ସେ ୨୦୧୯ ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ । ପର ନିର୍ବାଚନ ପରେ ସେ ବିଜେପି ଛାଡ଼ି ଦେଇଥିଲେ। ସେବେଠୁ ସେ ସକ୍ରିୟ ରାଜନୀତିରୁ ଦୂରେଇ ରହିଛନ୍ତି ।

Leave A Reply

Your email address will not be published.