Odisha Link
Bridging the Missing Links in Odisha

ଦ୍ରୁତ ଗତି ନେଲା ଜୀବନ, ସଡକ ଦୁର୍ଘଟଣାରେ ୩ ବନ୍ଧୁ ମୃତ

ବସରେ ପିଟିହେଲା ବାଇକ, ଚାଲିଗଲା ୩ ବନ୍ଧୁଙ୍କ ଜୀବନ

ଓଏଲ୍ ବ୍ୟୁରୋ : ଜୀବନ ନେଲା ଦ୍ରୁତ ଗତିରେ ଗାଡି ଚାଳନା। ବସରେ ପିଟିହେଲା ବାଇକ, ଚାଲିଗଲା ୩ ବନ୍ଧୁଙ୍କ ଜୀବନ। ଦୁର୍ଘଟଣା ସ୍ଥଳରେ ବାଇକରେ ଯାଉଥିବା ଦୁଇ ବନ୍ଧୁଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣଙ୍କ ଜୀବନ ଚିକିତ୍ସାଳୟରେ ଚାଲିଯାଇଛି। ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଅଞ୍ଚଳରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।

ଦ୍ରୁତ ଗତିରେ କୌଣସି କାମରେ ହେମଗିରି ଥାନା ଗୋପାଳପୁର ଗାଁର ରୋହନ ପାଣ୍ଡେ, ଶ୍ୟାମ ଦିଗାଲ ଓ ଓମ ଭୈଶାଲ ବାଇକ୍‌ରେ ଯାଉଥିଲେ। ଦ୍ରୁତ ଗତିରେ ଯିବା ସମୟରେ ଏକ ଯାତ୍ରୀବାହୀ ବସ୍‌ରେ ପିଟି ହୋଇଥିଲା ବାଇକ ତୁମୁଲିଆ ଗାଁର ନିକଟରେ। ୩ ବାଇକ ଆରୋହୀ ବସରେ ପିଟି ହେବା ଫଳରେ ଘଟଣା ସ୍ଥଳରେ ୩ ଜଣଙ୍କ ମଧ୍ୟରୁ ୨ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଆଉ ଜଣେ ଗୁରୁତର ଭାବେ ଆହତ ହୋଇଥିଲେ। ସେଠାକାର ସ୍ଥାନୀୟ ଗୁରୁତର ଆହତ ହୋଇଥିବା ଓମ ଭୈଶାଲଙ୍କୁ ଚିକିତ୍ସାଳୟ ନେଇଥିଲେ ମଧ୍ୟ ତାଙ୍କର ସେଠାରେ ମୃତ୍ୟୁ ହୋଇଥିଲା।

Leave A Reply

Your email address will not be published.