Odisha Link
Bridging the Missing Links in Odisha

ଭାରତର ଚିନ୍ତା ବଢାଇଲା, ଚୀନର ଗୁପ୍ତଚର ଜାହାଜ ଉଆନ ୱାଙ୍ଗ-୫

ପୁଣି ଥରେ ଭାରତ ମହାସାଗରରେ ପ୍ରବେଶ କରିଛି ଚୀନର ଆଉ ଏକ ଜାହାଜ ଉଆନ ୱାଙ୍ଗ-୫

ଓଏଲ୍ ବ୍ୟୁରୋ : ଚୀନ ଓ ଭାରତ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଥିବାବେଳେ ଚୀନର ଜାହାଜ ଭାରତର ଚିନ୍ତା ବଢ଼ାଇଛି। ପୂର୍ବରୁ ଭାରତ ମହାସାଗରରେ ଚୀନର ଏକ ଗୁପ୍ତଚର ଜାହାଜ ଉଆନ ୱାଙ୍ଗ- ୬ ବିଦାୟ ନେବାପରେ ପୁଣି ଥରେ ଭାରତ ମହାସାଗରରେ ପ୍ରବେଶ କରିଛି ଚୀନର ଆଉ ଏକ ଜାହାଜ ଉଆନ ୱାଙ୍ଗ-୫। ଚୀନର ହାଇନାନ ଦ୍ବୀପରେ ଥିବା ସାନ୍ୟା ବନ୍ଦର ଛାଡ଼ିବା ପରେ ଉଆନ ୱାଙ୍ଗ-୫ ଭାରତ ମହାସାଗରରେ ପ୍ରବେଶ କରିଥିବା ସୂଚନା ମିଳିଛି।

ଗୋଟେ ପରେ ଗୋଟେ ଚୀନର ଜାହାଜ ଭାରତର ଚିନ୍ତାର ବିଷୟ ପାଲଟିଛି। ଚିନରୁ ଆସିଥିବା ଉଆନ ୱାଙ୍ଗ-୫ ଜାହାଜରେ ଲାଗିଥିବା ଅତ୍ୟାଧୁନିକ ଟ୍ରାକିଂ ଓ ସାଟେଲାଇଟ ଉପକରଣ ଭାରତୀୟ କ୍ଷେପଣାସ୍ତ୍ରର ବେଗ, ସଠିକତା ଓ ରେଞ୍ଜ୍ ଠଉରେଇ ପାରିବ। ସମ୍ପୂର୍ଣ ତଥ୍ୟକୁ ଭିତ୍ତିକରି ଚୀନ ନିଜର ମିସାଇଲ ପ୍ରତିରକ୍ଷା ପ୍ରଣାଳୀକୁ ବିକଶିତ କରିବାର ଆଶଙ୍କା କରାଯାଉଛି। ଚିନରୁ ଆସିଥିବା ଏହି ଜାହାଜ ଭାରତ ମହାସାଗରର ଆଭ୍ୟନ୍ତରୀଣ ଅଂଚଳ ସଂପର୍କରେ ତଥ୍ୟ ସଂଗ୍ରହ କରିବ ଓ ଭାରତ ଉପରେ ନଜର ରଖିବା ପାଇଁ ବ୍ୟବହାର କରାଯାଉଛି ବୋଲି ସୁରକ୍ଷା ଏଜେନ୍ସିମାନେ ସଂଦେହ କରୁଛନ୍ତି।

Leave A Reply

Your email address will not be published.