Odisha Link
Bridging the Missing Links in Odisha

ରେଳଯାତ୍ରୀଙ୍କ ପାଇଁ ବଢିପାରେ ରେଳ ଭଡା

ରେଳ ବିଭାଗର ସ୍ଥିତିକୁ ବି ଲୋକ ଦେଖିବା ଦରକାର ବୋଲି ସଂସଦରେ କହିଛନ୍ତି ରେଳମନ୍ତ୍ରୀ।

ଓଏଲ୍ ବ୍ୟୁରୋ : ରେଳରେ ଯାତ୍ରାକୁ ନେଇ ଆଜି ସଂସଦରେ ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କ ମନ୍ତବ୍ୟ। କେନ୍ଦ୍ରସରକାର ରେଳ ଯାତ୍ରା ଭଡା ବଢାଇପାରନ୍ତି। ବୁଧବାର ଦିନ ସଂସଦରେ ଅଶ୍ୱନୀ ବୈଷ୍ଣବଙ୍କ ବୟାନ ପରେ ଆଗାମୀ ଦିନରେ ପୁଣି ରେଳଭଡା ବଢିବ ବୋଲି ଆଶା କରାଯାଉଛି ।

ସଂସଦରେ କୋଭିଡ-୧୯ ପୂର୍ବରୁ ବରିଷ୍ଠ ନାଗରିକଙ୍କୁ ରେଳ ଭଡାରେ ଯେଉଁ ରିହାତି ମିଳୁଥିଲା ତାହା ପୁଣି ଲାଗୁ ହେବ କି ବୋଲି ପ୍ରଶ୍ନ ହୋଇଥିଲା। ସଂସଦରେ ଏହି ପ୍ରଶ୍ନର ଉତ୍ତରରେ ରେଳମନ୍ତ୍ରୀ କହିଛନ୍ତି ରେଳରେ ଯାତ୍ରା କରୁଥିବା ସମସ୍ତ ବ୍ୟକ୍ତିଙ୍କୁ ୫୫ ଟିକେଟରେ ୫୫ ପ୍ରତିଶତ ରିହାତି ମିଳୁଛି। ରେଳ ବିଭାଗର ସ୍ଥିତିକୁ ବି ଲୋକ ଦେଖିବା ଦରକାର ବୋଲି ସଂସଦରେ କହିଛନ୍ତି ରେଳମନ୍ତ୍ରୀ।

ରେଳମନ୍ତ୍ରୀ ସଂସଦରେ କହିଛନ୍ତି, ରେଳଯାତ୍ରୀଙ୍କ ଭଡାରେ ରେଳ ବିଭାଗ ପ୍ରତି କିଲୋମିଟରକୁ ୧.୧୬ ଟଙ୍କା ଖର୍ଚ୍ଚ କରୁଛି। ଗତବର୍ଷର ପରିସଂଖ୍ୟାନ ଦେଇ ସେ କହିଛନ୍ତି କି ରେଳଯାତ୍ରୀଙ୍କ ଟିକେଟ ଉପରେ ଗତବର୍ଷ ରେଳ ବିଭାଗ ୫୯,୦୦୦ କୋଟି ଟଙ୍କା ଛାଡ କରିଥିବାବେଳେ ଟିକେଟ ବାବଦରେ ଲୋକଙ୍କ ଠାରୁ କେବଳ ୪୫ ରୁ ୪୮ ପ୍ରତିଶତ ପର୍ଯ୍ୟନ୍ତ ଆଦାୟ କରୁଛି। ନୂଆ ରେଳ ଚଳାଇବା ସହ ନୂଆ ରେଳଲାଇନ ବିଛାଇବା ଦିଗରେ କାମ କରୁଛି ରେଳ ବିଭାଗ। ରେଳଯାତ୍ରୀଙ୍କ ସୁବିଧା ପାଇଁ ରେଳ ବିଭାଗ କାର୍ଯ୍ୟ କରୁଥିବା ସଂସଦରେ ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.