Odisha Link
Bridging the Missing Links in Odisha

ରଣଜୀ ଡେବ୍ୟୁରେ ଶତକୀୟ ଇନିଂସ ଖେଳିଲେ ଅର୍ଜୁନ, ୩୪ ବର୍ଷ ତଳେ ସଚିନ କରିଥିଲେ ଏହି କାରନାମା

ଓଏଲ୍‌ ବ୍ୟୁରୋ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ରଣଜୀ ଡେବ୍ୟୁରେ ଖେଳିଲେ ଶାନଦାର ପାରି । ଗୋଆ ପକ୍ଷରୁ ଡେବ୍ୟୁ କରି ରାଜସ୍ଥାନ ବିପକ୍ଷରେ ଶତକୀୟ ଇନିଂସ ଖେଳିଛନ୍ତି ଅର୍ଜୁନ ତେନ୍ଦୁଲକର । ସଚିନ ତେନ୍ଦୁଲକର ୩୪ ବର୍ଷ ତଳେ ରଣଜୀ ଡେବ୍ୟୁ କରି ଶତକୀୟ ଇନିଂସ ଖେଳିଥିଲେ ।

ରାଜସ୍ଥାନ ଓ ଗୋଆ ରଣଜୀ ମ୍ୟାଚରେ ଏହି କାରନାମା କରିଛନ୍ତି ଅର୍ଜୁନ। ଗୋଆ ଦଳ ୫ ଓ୍ବିକେଟ ହରାଇ ୨୦୧ ରନ୍‌ କରିଥିବା ବେଳେ ଅର୍ଜୁନ ତେନ୍ଦୁଲକର ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲେ । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଅର୍ଜୁନ ମାତ୍ର ୪ ରନ୍‌ କରିଥିଲେ । ମ୍ୟାଚର ଦ୍ବିତୀୟ ଦିନରେ ଅର୍ଜୁନ ୧୭୮ ବଲ ଖେଳି ରଣଜୀ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିଲେ । ସେ ୧୨ଟି ଚୌକା ଓ ୨ ଛକା ବଳରେ ନିଜର ଶତକ ପୂରଣ କରିଛନ୍ତି । ଅର୍ଜୁନଙ୍କ ବ୍ୟତୀତ ସୁୟଶ ପ୍ରଭୁଦେଶାଇ ମଧ୍ୟ ଶତକୀୟ ଇନିଂସ୍‌ ଖେଳିଛନ୍ତି । ଦୁଇ ଖେଳାଳିଙ୍କ ମଧ୍ୟରେ ୨୦୦ରୁ ଅଧିକ ପାର୍ଟନରଶିପ୍‌ ରହିଛି ।

୧୯୮୮ ମସିହାରେ ମହାନ କ୍ରିକେଟର ସଚିନ ତେନ୍ଦୁଲକର ମୁମ୍ବାଇ ପକ୍ଷରୁ ରଣଜୀ ଡେବ୍ୟୁ କରି ଗୁଜରାଟ ବିପକ୍ଷରେ ଶତକୀୟ ଇନିଂସ ଖେଳିଥିଲେ। ୧୫ ବର୍ଷ ବୟସରେ ଏହି କାରନାମା କରିଥିଲେ ସଚିନ । ୩୪ ବର୍ଷ ପରେ ସଚିନଙ୍କ ପୁଅ ଅର୍ଜୁନ ମଧ୍ୟ ଶତକୀୟ ଇନିଂସ ଖେଳି ରଣଜୀ ଡେବ୍ୟୁ କରିଛନ୍ତି ।

Leave A Reply

Your email address will not be published.