Odisha Link
Bridging the Missing Links in Odisha

ସକାଳୁ ସକାଳୁ ୩ ଆତଙ୍କୀ ସଫା

ଓଏଲ୍‌ ବ୍ୟୁରୋ: ଏନ୍‌କାଉଣ୍ଟରରେ ଟଳିଲେ ୩ ଲସ୍କର-ଏ-ତୋଇବା ଆତଙ୍କବାଦୀ। ଆଜି ଭୋରୁ ଜମ୍ମୁ କଶ୍ମୀରର ସୋପିଆନ ଜିଲ୍ଲା ମଞ୍ଝା ମାର୍ଗ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ତିନି ଆତଙ୍କବାଦୀ ନିହତ ହୋଇଛନ୍ତି।

ପୁଲିସ ସୂଚନା ଅନୁସାରେ କେତେକ ଆତଙ୍କବାଦୀ ମଞ୍ଝ ମାର୍ଗ ଅଞ୍ଚଳରେ ପ୍ରବେଶ କରିଥିବା ନେଇ ପୂର୍ବରୁ ସୂଚନା ମିଳିଥିଲା। ଏହାପରେ ସୁରକ୍ଷାକର୍ମୀ ମାନେ ସେମାନଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ସର୍ଚ୍ଚ ଅପରେସନ୍ ବେଳେ ଲୁଚି ରହିଥିବା କିଛି ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ଏହାର ଜବାବରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପାଲଟା ଗୁଳିଚାଳନା କରାଯାଇଥିଲା। ଏଥିରେ ୩ ଆତଙ୍କବାଦୀ ନିପାତ ହୋଇଛନ୍ତି।

ଆତଙ୍କବାଦ ମୁକ୍ତ କରିବା ପାଇଁ ସେନା ପକ୍ଷରୁ ଜୋରଦାର ଅପରେସନ୍ ଜାରି ରହିଛି। ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ୧୭୬ ଆତଙ୍କବାଦୀ ନିହତ ହୋଇଛନ୍ତି। ଏଥିମଧ୍ୟରୁ ୫୦ ବିଦେଶୀ ଆତଙ୍କୀ ଥିବା ବେଳେ ଆଉ ୧୨୬ ସ୍ଥାନୀୟ ଆତଙ୍କୀ ଅଛନ୍ତି।

Leave A Reply

Your email address will not be published.