Odisha Link
Bridging the Missing Links in Odisha

ଏଣିକି ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର

ଓଏଲ୍‌ ବ୍ୟୁରୋ: ଏଣିକି ୫୦୦ ଟଙ୍କାରେ ମିଳିବ ରନ୍ଧନ ଗ୍ୟାସ। ରାଜସ୍ଥାନ ଅଲଓ୍ବର ଜିଲ୍ଲାର ମାଲାଖେଡାରେ ଅନୁଷ୍ଠିତ ହୋଇଥିବା ରାଲିରେ ଲୋକଙ୍କୁ ସମ୍ବୋଧିନ କରି ଏଭଳି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ । ସେ କହିଛନ୍ତି, ଏକ ବର୍ଗ ସୃଷ୍ଟି କରିଛୁ । ଏହି ବର୍ଗର ଲୋକଙ୍କୁ ୧୦୫୦ ଟଙ୍କାରେ ମିଳୁଥିବା ରନ୍ଧନ ଗ୍ୟାସ ସିଲିଣ୍ଡରକୁ ୫୦୦ ଟଙ୍କାରେ ଯୋଗାଇ ଦିଆଯିବ। ଏପ୍ରିଲ ପହିଲାରୁ ରାଜ୍ୟରେ ଏହି ସିଲିଣ୍ଡର ଉପଲବ୍ଧ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସେ ଆହୁରି କହିଛନ୍ତି, ପୂର୍ବରୁ ଲୋକମାନେ ଇନକମ୍‌ ଟ୍ୟାକ୍ସ, ଇଡିକୁ ଭୟ କରୁଥିଲେ। ବର୍ତ୍ତମାନ ସେମାନେ ନିଜେ ଭୟଭୀତ ଅଛନ୍ତି। ଦେଶରେ ଗଣତନ୍ତ୍ରର ମୂଳଦୁଆ ଦୁର୍ବଳ ହେବାରେ ଲାଗିଛି। ଯେଉଁଥିପାଇଁ ଏକ ଉଦ୍ଦେଶ୍ୟକୁ ନେଇ ରାହୁଲ ଗାନ୍ଧି ଆଗକୁ ବଢ଼ୁଛନ୍ତି। ସ୍ବାଧୀନତା ପରେ ଏହା ହେଉଛି ପ୍ରଥମ ଭାରତ ଯୋଡ଼ୋ ଯାତ୍ରା।

ଆଗାମୀ ବଜେଟ୍ ଯୁବକମାନଙ୍କ ପାଇଁ ଉତ୍ସର୍ଗୀକୃତ ହେବ ବୋଲି ସେ କହିଛନ୍ତି। କାରଣ ବଜେଟରେ ଯୁବପିଢ଼ିଙ୍କ ପାଇଁ ଅନେକ ଯୋଜନା ରହିବ । ଏନେଇ ପ୍ରସ୍ତୁତି ଚାଲିଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.