Odisha Link
Bridging the Missing Links in Odisha

ରାଜ୍ୟରେ ପ୍ରଚଣ୍ଡ ତାତି; ସକାଳୁ ୩୮ ଡିଗ୍ରୀ ଟପିଲା ତାପମାତ୍ରା

ଓଏଲ୍‌ ବ୍ୟୁରୋ: ଦିନକୁ ଦିନ ବଢ଼ିବାରେ ଲାଗିଛି ତାପାମାତ୍ରା। ଗତ ୧୫ ଦିନ ଧରି ଲାଗି ରହିଛି ଅବିରତ ଅଗ୍ନି ବର୍ଷା। ଆଜିବି ସକାଳୁ ଅସହ୍ୟ ତାତି ଅନୁଭୂତ ହୋଇଛି। ସକାଳ ସାଢ଼େ ୮ ସୁଦ୍ଧା ତାପମାତ୍ରା ୩୮ ଟପିଲା। ୩୮.୪ ଡିଗ୍ରୀ ତାପମାତ୍ରା ସହ ବାରିପଦା ସବୁଠୁ ଉତ୍ତପ୍ତ ସହର ପାଲଟିଛି।

ସେହିଭଳି ତାଳଚେରରେ ୩୭.୮, ବାଲେଶ୍ବରରେ ୩୬.୬, କେନ୍ଦୁଝରରେ ୩୬.୪ ଡିଗ୍ରୀ, କଟକରେ ୩୫.୮, ଭଦ୍ରକ ଓ ରାଉରକେଲାରେ ୩୫ ଡିଗ୍ରୀ, ଭବାନୀପାଟଣାରେ ୩୪.୮, ଭୁବନେଶ୍ବର ଓ ଝାରସୁଗୁଡ଼ାରେ ୩୪.୬, ହୀରାକୁଦରେ ୩୪.୪, ଚାନ୍ଦବାଲିରେ ୩୪.୨, ବଲାଙ୍ଗିରରେ ୩୪ ଡିଗ୍ରୀ, କେନ୍ଦ୍ରାପଡା ଓ ଅନୁଗୁଳରେ ତାପମାତ୍ରା ୩୪ ଡିଗ୍ରୀ ରେକର୍ଡ କରାଯାଇଛି।

Leave A Reply

Your email address will not be published.