Odisha Link
Bridging the Missing Links in Odisha

ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ

ସକାଳ ୬ରୁ ସଂଧ୍ୟା ୬ ପର୍ଯ୍ୟନ୍ତ ମିଳିତ ଆଦିବାସୀ ସଂଗଠନ ଦ୍ୱାରା ବନ୍ଦ ଡାକରା

ଓଏଲ୍‌ ବ୍ୟୁରୋ : ଆଦିବାସୀ ଭାଷା ଶିକ୍ଷକଙ୍କୁ ନିୟମିତ କରିବା ଦାବିରେ ତାତିଲେ ଆଦିବାସୀ ସଂଘଟନ। ଆଦିବାସୀ ଭାଷା ଓ ଶିକ୍ଷକଙ୍କୁ ନିୟମିତ କରିବା ଦାବିରେ ଆଜି ୧୨ ଘଣ୍ଟିିଆ ମୟୂରଭଞ୍ଜ ବନ୍ଦ ପାଳନ। ଆଜି ସକାଳ ୬ରୁ ସଂଧ୍ୟା ୬ ପର୍ଯ୍ୟନ୍ତ ମିଳିତ ଆଦିବାସୀ ସଂଗଠନ ଦ୍ୱାରା ବନ୍ଦ ଡାକରା ଦିଆଯାଇଛି। ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ପ୍ରଭାବରେ ବସ୍ ଓ ଅନ୍ୟାନ୍ୟ ସେବା ବାଧାପ୍ରାପ୍ତ ରହିଛି। ବାରିପଦା ସମେତ ରାଇରଙ୍ଗପୁର,ଯଶିପୁର ସହ ଆହୁରି ଅନେକ ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି।

ବନ୍ଦ ଡାକରା ଦେବାର କାରଣ ହେଉଛି ୨୦୦୭ ମହିହରେ ଆଦିବାସୀ ଭାଷା ଶିକ୍ଷକଙ୍କୁ ଚୁକ୍ତି ଭିତ୍ତିକ ନିଯୁକ୍ତି ଦିଆଯାଇଥିବାବେଳେ ଦୀର୍ଘ ୧୫ବର୍ଷ କାର୍ଯ୍ୟ କଲା ପରେ ମଧ୍ୟ ତାଙ୍କୁ ସ୍ଥାୟୀ ନିଯୁକ୍ତି ମିଳିନାହିଁ। ସ୍ୱଳ୍ପ ଦରମା ପାଉଥିବା ସତ୍ୱେ ବିଦ୍ୟାଳୟରେ ଏମାନେ ଅନ୍ୟ ଶିକ୍ଷକଙ୍କ ଭଳି ଶିକ୍ଷାଦାନ କରିବା ସଙ୍ଗେ ସଙ୍ଗେ ସରକାରଙ୍କ ନିର୍ଦ୍ଦେଶିତ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟ ମଧ୍ୟ କରି ଆସୁଛନ୍ତି। ଆଦିବାସୀ ଭାଷା ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ସହ ସେମାନଙ୍କ ବେତନକୁ ବୃଦ୍ଧି କରିବାକୁ ଭାଷା ଶିକ୍ଷକ ସଂଘ ପକ୍ଷରୁ ଦାବି କରାଯାଇଛି। ଯେପର୍ଯ୍ୟନ୍ତ ସେମାନଙ୍କ ଦାବି ପୂରଣ ନ ହୋଇଛି ଆନ୍ଦୋଳନ ଜୋରଦାର ଚାଲିବ ବୋଲି ଆଦିବାସୀ ସଂଗଠନ ଚେତାବନୀ ଦେଇଛି।

Leave A Reply

Your email address will not be published.