Odisha Link
Bridging the Missing Links in Odisha

ପଞ୍ଚଭୂତରେ ଲୀନ ହେଲେ ପିଏମ୍‌ ମୋଦିଙ୍କ ମା’ ହୀରାବେନ

୧୦୦ ବର୍ଷ ବୟସରେ ଆଖି ବୁଜିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ୍

ଓଏଲ୍ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ଙ୍କ ଦେହାନ୍ତ ହୋଇଯାଇଥିବା ଖବର ସାମ୍ନାକୁ ଆସିଥିଲା। ତାଙ୍କ ଅନ୍ତିମ ସଂସ୍କାର କଲେ ପରିବାର ଲୋକେ। ପଞ୍ଚଭୂତରେ ଲୀନ ହେଲେ ପ୍ରଧାନମନ୍ତ୍ରୀଙ୍କ ମା ହୀରାବେନ୍। କାନ୍ଧରେ ମାଆଙ୍କ କୋକେଇ ବୋହିଲେ ପ୍ରଧାନମନ୍ତ୍ରୀ ମୋଦି। ଶେଷକୃତ୍ୟ ପାଇଁ ମାଆଙ୍କ କୋକେଇ କାନ୍ଧରେ ବୋହିନେଲେ । ପ୍ରଧାନମନ୍ତ୍ରୀ ତାଙ୍କ ଭାଇମାନଙ୍କ ସହ ମିଶି ମୁଖାଗ୍ନି ଦେଲେ। ବିନା ଆଡମ୍ବରରେ ଶେଷକୃତ୍ୟ ହୋଇଥିବା ଦେଖିବାକୁ ମିଳିଛି।

୧୦୦ ବର୍ଷ ବୟସରେ ଆଖି ବୁଜିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ୍। ନିଜେ ପ୍ରଧାନମନ୍ତ୍ରୀ ଏହି ସୂଚନା ଦେଇଥିବା ଜଣା ପଡିଥିବାବେଳେ ତାଙ୍କ ଶେଷକୃତ୍ୟରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ। ତାଙ୍କ ମା ହିରାବେନଙ୍କୁ ପୂର୍ବରୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହଠାତ୍ ତାଙ୍କ ଦେହ ଅସୁସ୍ଥ ହେବାରୁ ଚିକିତ୍ସାଳୟ ନିଆଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି।