Odisha Link
Bridging the Missing Links in Odisha

୧୦୬ ଜଣଙ୍କୁ ପଦ୍ମ ପୁରସ୍କାର, ଓଡ଼ିଶାର ୪ ଜଣଙ୍କୁ ପଦ୍ମଶ୍ରୀ

ଓଏଲ୍‌ ବ୍ୟୁରୋ: ୭୪ ତମ ସାଧାରଣତନ୍ତ୍ର ଦିବସ ପୂର୍ବରୁ ମର୍ଯ୍ୟାଦାଜନକ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି ଭାରତ ସରକାର। ଚଳିତଥର ମୋଟ ୧୦୬ ଜଣଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତି କରାଯାଇଛି। ୬ ଜଣ ପଦ୍ମ ବିଭୂଷଣ, ୯ ଜଣ ପଦ୍ମଭୂଷଣ ଏବଂ ୯୧ ଜଣ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବେ।

୧୦୬ ଜଣଙ୍କ ମଧ୍ୟରେ ୯ ଜଣ ମହିଳା ସ୍ଥାନ ପାଇଥିବା ବେଳେ ୨ ଜଣ ବିଦେଶୀ ଏବଂ ୭ଟି ମରୋଣତତ୍ତର ରହିଛି। ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସ୍ୱର୍ଗତ ମୁଲାୟମ ସିଂହ ଯାଦବ, ମହାରାଷ୍ଟ୍ରର ଜାକିର ହୁସେନ୍ ଏବଂ କେଏମ ବିର୍ଲାଙ୍କ ସମେତ ମୋଟ ୧୦୬ ଜଣଙ୍କୁ ପଦ୍ମ ପୁରସ୍କାର ପାଇ ମନୋନୀତ କରାଯାଇଛି।

ଓଆରଏସ (ଓରାଲ ରିହାଇଡ୍ରେସନ ସଲ୍ୟୁସନ)ର ବ୍ୟାପକ ବ୍ୟବହାରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପଶ୍ଚିମବଙ୍ଗର ଡାକ୍ତର ସ୍ବର୍ଗତଃ ଦିଲୀପ ମହଲନବିସଙ୍କୁ ପଦ୍ମ ବିଭୂଷଣ ପ୍ରଦାନ କରାଯାଇଛି। ସହିପରି ସ୍ବର୍ଗତଃ ମୁଲାୟମ ସିଂ ଯାଦବ, ଜାକିର ହୁସେନଙ୍କୁ ମଧ୍ୟ ପଦ୍ମ ବିଭୂଷଣ ଦିଆଯାଇଛି। ସେହିପରି ପଦ୍ମ ଭୂଷଣ ପାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ଶିଳ୍ପପତି କୁମାର ମଙ୍ଗଳମ ବିରଲା, କଣ୍ଠଶିଳ୍ପୀ ବାଣୀ ଜୟରାମ, ସମାଜସେବା ପାଇଁ ଡ. ସୁଧା ମୂର୍ତ୍ତୀ।

ପଦ୍ମଶ୍ରୀ ପାଇଥିବା ୪ ଜଣ ଓଡ଼ିଆ ହେଲେ କଣ୍ଢେଇ ନୃତ୍ୟଶିଳ୍ପୀ ମାଗୁଣି ଚରଣ କୁଅଁର, ସାହିତ୍ୟ ଓ ଶିକ୍ଷା ପାଇଁ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର, ରଙ୍ଗବତୀର ଗାୟିକା କ୍ରିଷ୍ଣା ପଟେଲ ଓ କୃଷି ପାଇଁ ପଟାୟତ ସାହୁ।

ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ଦେଶର ସର୍ବୋଚ୍ଚ ବେସାମରିକ ପୁରସ୍କାର ମଧ୍ୟରୁ ଅନ୍ୟତମ। ୧୯୫୪ ମସିହାରୁ ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଏ । କଳା, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡା, ଔଷଧ ଏବଂ ସାମାଜିକ କାର୍ଯ୍ୟ ଆଦି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଏ।

Leave A Reply

Your email address will not be published.