Odisha Link
Bridging the Missing Links in Odisha

ଶ୍ରୀଜଗନ୍ନାଥ ଯାତ୍ରା ପର୍ଯ୍ୟଟନ ରେଳର ଶୁଭାରମ୍ଭ

ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଛି ଦିଲ୍ଲୀ ସଫଦରଜଙ୍ଗ ରେଳ ଷ୍ଟେସନ

ଓଏଲ୍ ବ୍ୟୁରୋ : ଭାରତ ଗୌରବ କାର୍ଯ୍ୟକ୍ରମ ଅନ୍ତର୍ଗତ ଶ୍ରୀଜଗନ୍ନାଥ ଯାତ୍ରା ପର୍ଯ୍ୟଟକ ଟ୍ରେନର ଆଜି ଶୁଭାରମ୍ଭ ହୋଇଛି। ରାଜଧାନୀ ଦିଲ୍ଲୀ ସଫଦରଜଙ୍ଗ ଷ୍ଟେସନରୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜି.କିଶନ ରେଡ୍ଡି ଯାତ୍ରାର ଶୁଭାରମ୍ଭ କାର୍ଯ୍ୟରେ ଉପସ୍ଥିତ ଥିଲେ।

ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଛି ଦିଲ୍ଲୀ ସଫଦରଜଙ୍ଗ ରେଳ ଷ୍ଟେସନ। ଏହି ରେଳର ଶୁଭାରମ୍ଭ କାର୍ଯ୍ୟ ଅବସରରେ ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବକ୍ତବ୍ୟ ରଖିଥିଲେ। ସେ କହିଛନ୍ତି ବିଶ୍ୱର ସବୁ ଭାଷା ମଣିଷ ତିଆରି କରିଛି, କେବଳ ଓଡ଼ିଆ ଭାଷାକୁ ଛାଡ଼ି। ଓଡ଼ିଆ ଭାଷାକୁ ମହାପ୍ରଭୁ ଜଗନ୍ନାଥ ତିଆରି କରିଛନ୍ତି। ମହାପ୍ରଭୁ ତାଙ୍କ ପ୍ରସାଦ ଭାବେ ଓଡ଼ିଆ ଭାଷାକୁ ଦେଇଛନ୍ତି। ସେଥିପାଇଁ ଓଡ଼ିଆ ଭାଷା ଏତେ ମିଠା ବୋଲି ରେଳମନ୍ତ୍ରୀ କହିଛନ୍ତି।

ସୂଚନା ଅନୁସାରେ, ଏହି ରେଳ ୮ ଦିନର ଯାତ୍ରାରେ ୪ ରାଜ୍ୟର ପ୍ରସିଦ୍ଧ ତୀର୍ଥ ସ୍ଥାନ ଦେଇ ଯିବ। ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ ଓ ଓଡ଼ିଶାର ପ୍ରମୁଖ ତୀର୍ଥସ୍ଥଳୀ ଏବଂ ଐତିହ୍ୟସ୍ଥଳୀ ପରିଦର୍ଶନ ଯିବ ଟ୍ରେନ୍। ପୁରୀର ଜଗନ୍ନାଥ ମନ୍ଦିର ବ୍ୟତୀତ ଝାଡ଼ଖଣ୍ଡର ପ୍ରାଚୀନ ପବିତ୍ର ସହର ବାରଣାସୀ, ଗୟା ଓ ଦେଓଘରର ବୈଦ୍ୟନାଥ ଧାମ ମନ୍ଦିରକୁ ମଧ୍ୟ ଯିବେ। ଦିଲ୍ଲୀ ସଫଦରଜଙ୍ଗ ଷ୍ଟେସନରୁ ରେଳ ଯାତ୍ରା ଆରମ୍ଭ କରିଥିବାବେଳେ ବାରଣାସୀରେ ଏହାର ପ୍ରଥମ ଷ୍ଟପେଜ୍ ହୋଇଥିବା ସୂଚନା।

ପର୍ଯ୍ୟଟକମାନେ ଗାଜିଆବାଦ, ଆଲିଗଡ଼, ଟୁଣ୍ଡଲା, ଇଟାଓ୍ବା, କାନପୁର ଏବଂ ଲକ୍ଷ୍ନୌ ଷ୍ଟେସନରେ ଟ୍ରେନରେ ଚଢ଼ିବା କିମ୍ବା ଓହ୍ଲାଇବାର ବିକଳ୍ପ ରହିବ। ଏହି ଟୁରିଷ୍ଟ ଟ୍ରେନ୍ ଆଜିଠୁ ଦିଲ୍ଲୀର ସଫଦରଜଙ୍ଗ ରେଲଓ୍ବେ ଷ୍ଟେସନରୁ ଯାତ୍ରା ଆରମ୍ଭ କରି ଫେବୃଆରୀ ୧ ତାରିଖରେ ଫେରିବ।

Leave A Reply

Your email address will not be published.