Odisha Link
Bridging the Missing Links in Odisha

ଚିଟଫଣ୍ଡ ଠକେଇ ମାମଲାରେ ୩ ଜଣଙ୍କୁ ଜେଲ୍

ଜିଏଏଚ୍ ମଲ୍ଟି ଟ୍ରେଡ୍ କମ୍ପାନୀର ୩ ନିର୍ଦ୍ଦେଶକ ହେଲେ ହିମାଂଶୁ ବେହେରା, ଅନ୍ତର୍ଯ୍ୟାମୀ ବେହେରା ଓ ସୁବ୍ରତ ସେଠୀ

ଓଏଲ୍‌ ବ୍ୟୁରୋ : ବାଲେଶ୍ଵର ଚିଟଫଣ୍ଡ ଠକେଇ ମାମଲାରେ ତିନି ଜଣଙ୍କୁ ଜେଲଦଣ୍ଡ ମିଳିଥିବା ଜଣା ପଡ଼ିଛି। ଚିଟଫଣ୍ଡ ଠକେଇ ମାମଲାରେ ଜିଏଏଚ୍ ମଲ୍ଟି ଟ୍ରେଡ୍ କମ୍ପାନୀର ତିନି ଜଣ ନିର୍ଦ୍ଦେଶକଙ୍କୁ ୩ ବର୍ଷ ଲେଖାଏଁ କାରାଦଣ୍ଡ ହୋଇଥିବା ସୂଚନା।

ଜିଏଏଚ୍ ମଲ୍ଟି ଟ୍ରେଡ୍ କମ୍ପାନୀର ୩ ନିର୍ଦ୍ଦେଶକ ହେଲେ ହିମାଂଶୁ ବେହେରା, ଅନ୍ତର୍ଯ୍ୟାମୀ ବେହେରା ଓ ସୁବ୍ରତ ସେଠୀ। ବାଲେଶ୍ଵର ଓପିଆଇଡି କୋର୍ଟ ୩ ଜଣଙ୍କୁ ୩ବର୍ଷ କାରାଦଣ୍ଡ ଘୋଷଣା କରିବା ସହ ୪୩ ହଜାର ଲେଖାଏଁ ଜୋରିମାନା କରାଯାଇଥିବା ସୂଚନା। ଟ୍ରେଡ୍ କମ୍ପାନୀ ସଂସ୍ଥା ନାଁରେ ୨୬ କୋଟି ଟଙ୍କାର ଠକେଇ ଅଭିଯୋଗ ରହିଥିଲା। ଅଭିଯୋଗ କ୍ରମେ ତଦନ୍ତ ପରେ ୩ ନିର୍ଦେଶକଙ୍କୁ ଜେଲ ଦଣ୍ଡାଦେଶ ହୋଇଥିବା ଜଣା ପଡିଛି।

Leave A Reply

Your email address will not be published.