Odisha Link
Bridging the Missing Links in Odisha

ଜଙ୍ଗଲରୁ ଉଦ୍ଧାର ହେଲା ଅଧାପୋଡା ମୃତଦେହ

ତଦନ୍ତ ପରେ ଗଙ୍ଗାଙ୍କ ଘର ଠାରୁ ଅଢେଇ କିଲୋମିଟର ଏକ ଜଙ୍ଗଲରୁ ତାଙ୍କ ଦରପୋଡା ମୃତଦେହ ଉଦ୍ଧାର କରାଯାଇଛି

ଓଏଲ୍‌ ବ୍ୟୁରୋ : ଅପହୃତ ହୋଇଥିବା ଯୁବକଙ୍କ ମୃତଦେହ ଠାବ କଲା ପୁଲିସ। ଅପହୃତ ହୋଇଥିବା ମୃତ ବ୍ୟକ୍ତି ଜଣକ ହେଲେ ମାଲକାନଗିରି ମୋଟୁ ଥାନା ତିଙ୍ଗରପଲିର ଗଙ୍ଗା ପଡ଼ିଆମୀ। ସୂଚନା ଅନୁସାରେ, ଗତକାଲି ଗଙ୍ଗାଙ୍କ ଘରକୁ କିଛି ଦୁର୍ବୁତ୍ତ ପଶି ଆସି ତାଙ୍କୁ ଉଠାଇନେଇଥିଲେ। ଅପହରଣ ପରେ ଅଭିଯୋଗ କ୍ରମେ ପୁଲିସ ତଦନ୍ତ କରିଥିଲା।

ତଦନ୍ତ ପରେ ଗଙ୍ଗାଙ୍କ ଘର ଠାରୁ ଅଢେଇ କିଲୋମିଟର ଏକ ଜଙ୍ଗଲରୁ ତାଙ୍କ ଦରପୋଡା ମୃତଦେହ ପୁଲିସ ଉଦ୍ଧାର କରିଥିଲା। ତେବେ ଅପହରଣକାରୀ କିଏ ଏବଂ କାହିଁକି ହତ୍ୟା କରାଯାଇଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।

Leave A Reply

Your email address will not be published.