Odisha Link
Bridging the Missing Links in Odisha

ପ୍ରଶ୍ନପତ୍ର ଲିକ୍ ଘଟଣାରେ ମାଲକାନଗିରିର ଜଣେ ଶିକ୍ଷକ ଗିରଫ

ମାଲକାନଗିରି କର୍ତ୍ତନପାଲୀ ସ୍କୁଲର ଶିକ୍ଷକ ସରୋଜ ମଲ୍ଲୁ ପ୍ରଶ୍ନପତ୍ର ଲେଖି ଗୁଜରାଟ ପଠାଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି

ଓଏଲ୍ ବ୍ୟୁରୋ : ଗୁଜରାଟ ରାଜ୍ୟରେ ପ୍ରଶ୍ନପତ୍ର ଲିକ ଘଟଣା ସାମ୍ନାକୁ ଆସିଛି। ଏହି ମାମଲାରେ ଓଡ଼ିଶା ଶିକ୍ଷକ ପ୍ରଶ୍ନପତ୍ର ଯୋଗାଇ ଦେବା କାର୍ଯ୍ୟରେ ଲିପ୍ତ ଥିବା ଜଣା ପଡିଥିଲା। ପ୍ରଶ୍ନପତ୍ରର ଉତ୍ତର ଲେଖି ପଠାଇଥିବା ଅଭିଯୋଗରେ ପୋଲିସ ଆଜି ମାଲକାନଗିରି କର୍ତ୍ତନପାଲୀ ସ୍କୁଲର ଶିକ୍ଷକଙ୍କୁ ଗିରଫ କରିଛି।

ମାଲକାନଗିରି କର୍ତ୍ତନପାଲୀ ସ୍କୁଲର ଗିରଫ ହୋଇଥିବା ଶିକ୍ଷକ ଜଣକ ହେଲେ ସରୋଜ ମଲ୍ଲୁ। ଗୁଜରାଟର ଏକ ଟିମ୍ ମାଲକାନଗିରି ପୁଲିସ ସହାୟତାରେ ସମ୍ପୃକ୍ତ ଶିକ୍ଷକଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ, ମାଲକାନଗିରି କର୍ତ୍ତନପାଲୀ ସ୍କୁଲର ଶିକ୍ଷକ ସରୋଜ ମଲ୍ଲୁ ପ୍ରଶ୍ନପତ୍ର ଲେଖି ଗୁଜରାଟ ପଠାଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ପ୍ରଶ୍ନପତ୍ର ଲିକ ହେବା ଯୋଗୁଁ ଗତକାଲି ହେବାକୁ ଥିବା ପଞ୍ଚାୟତ ଜୁନିଅର କ୍ଲର୍କ ନିଯୁକ୍ତି ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା।

ଗୁଜରାଟ ଜାମନଗରରେ ଏହି ପରୀକ୍ଷା ପାଇଁ ମୋଟ ୨୬,୮୮୨ ଛାତ୍ର ପଞ୍ଜୀକୃତ ହୋଇଥିବା ବେଳେ ସାରା ଗୁଜରାଟ ରାଜ୍ୟରେ ୭,୦୦,୦୦୦ ରୁ ଅଧିକ ଲୋକ ଏହି ପରୀକ୍ଷାରେ ବସିବା ପାଇଁ ଆଶା କରାଯାଉଥିଲା। ପରୀକ୍ଷାର ପ୍ରଶ୍ନ ପତ୍ର ଲିକ ଯୋଗୁଁ ପରୀକ୍ଷା ସ୍ଥଗିତ ରହିବା ଦ୍ୱାରା ଆଶାୟୀ ପରୀକ୍ଷାର୍ଥୀ ମାନେ ଅସୁବିଧାର ଶିକାର ହୋଇଥିବା କୁହାଯାଉଛି।