Odisha Link
Bridging the Missing Links in Odisha

ବିଶାଖାପାଟଣା ହେଲା ଆନ୍ଧ୍ରପ୍ରଦେଶର ରାଜଧାନୀ

ଏକସଙ୍ଗେ ୩ଟି ରାଜଧାନୀ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ବିଶାଖାପାଟଣାକୁ ଆନ୍ଧ୍ରପ୍ରଦେଶର ରାଜଧାନୀ ଭାବେ ଘୋଷଣା କରିଛନ୍ତି ଆନ୍ଧ୍ରର ମୁଖ୍ୟମନ୍ତ୍ରୀ

ଓଏଲ୍ ବ୍ୟୁରୋ : ଆନ୍ଧ୍ରପ୍ରଦେଶର ବିଶାଖାପାଟଣାକୁ ମିଳିଲା ଏକ ନୂଆ ପରିଚୟ। ଆନ୍ଧ୍ରପ୍ରଦେଶର ରାଜଧାନୀ ଭାବରେ ବିଶାଖାପାଟଣାକୁ ଘୋଷଣା କରାଯାଇଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଆନ୍ଧ୍ରପ୍ରଦେଶର ନୂଆ ରାଜଧାନୀର ନାମ ଘୋଷଣା କରିଛନ୍ତି।

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ବିଶାଖାପାଟଣା ସହରକୁ ଏବେ ଆନ୍ଧ୍ରର ରାଜଧାନୀ ଭାବରେ ନୂଆ ଏକ ପରିଚୟ ମିଳିଥିବା ଜଣା ପଡିଛି। ଏକସଙ୍ଗେ ୩ଟି ରାଜଧାନୀ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ବିଶାଖାପାଟଣାକୁ ଆନ୍ଧ୍ରପ୍ରଦେଶର ରାଜଧାନୀ ଭାବେ ଘୋଷଣା କରିଛନ୍ତି ଆନ୍ଧ୍ରର ମୁଖ୍ୟମନ୍ତ୍ରୀ।