Odisha Link
Bridging the Missing Links in Odisha

କଙ୍ଗାରୁ ସ୍ପିନରଙ୍କ ଜାଲରେ ଫଶିଲେ ଭାରତୀୟ ବ୍ୟାଟସମ୍ୟାନ୍, ୧୦୯ ରନରେ ଅଲଆଉଟ୍

ଓଏଲ୍‌ ବ୍ୟୁରୋ: ଇନ୍ଦୋରେ ଖେଳଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚରେ ଟିମ୍‌ ଇଣ୍ଡିଆର ନୈରାଶ୍ୟଜନକ ପ୍ରଦର୍ଶନ। ଭାରତୀୟ ଦଳ ପ୍ରଥମ ଇନିଂସରେ ମାତ୍ର ୧୦୯ ରନ୍‌ କରି ସମସ୍ତ ଓ୍ବିକେଟ ହରାଇଛି। କଙ୍ଗାରୁ ସ୍ପିନରଙ୍କ ଜାଲରେ ପୁରା ଭାରତୀୟ ଦଳ ଫସିଥିଲା। ଯାହାଫଳରେ ପ୍ରଥମ ଦିନରେ ହିଁ ୩୩ ଓଭର ଖେଳି ସମସ୍ତ ଓ୍ବିକେଟ ହରାଇଛି ଭାରତ। ଦଳ ପକ୍ଷରୁ ବିରାଟ କୋହଲି ସର୍ବାଧିକ ୨୨ ରନ୍‌ କରିଛନ୍ତି। ସେହିପରି ଅଷ୍ଟ୍ରେଲିଆ ମାଥ୍ୟୁ କୁହ୍ନେମାନ ୫ ଓ୍ବିକେଟ ନେଇଥିବା ବେଳେ ନାଥାନ ଲିଅନ ୩ ଓ୍ବିକେଟ ଓ ଟଡ୍‌ ମର୍ଫି ୨ ଓ୍ବିକେଟ ନେଇଛନ୍ତି।