Odisha Link
Bridging the Missing Links in Odisha

ମାର୍ଚ୍ଚ ପହିଲାରୁ ମହଙ୍ଗା ମାଡ଼

ଓଏଲ୍‌ ବ୍ୟୁରୋ: ମାର୍ଚ୍ଚ ପହିଲାରୁ ଜନସାଧାରଣଙ୍କୁ ମହଙ୍ଗା ମାଡ଼। ହୋଲି ପୂର୍ବରୁ ଜନତାଙ୍କ ଉପରେ ଲାଗିଲା ମହଙ୍ଗା ରଙ୍ଗ। କାରଣ ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ପାଇଛି। ୧୪.୨ କେଜିର ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ହୋଇଥିବାବେଳେ କମର୍ସିଆଲ ଗ୍ୟାସ ଦର ଲମ୍ବା ଡିଆଁ ମାରିଛି। କମର୍ସିଆଲ ସିଲିଣ୍ଡର ପିଛା ଏକାବେଳକେ ୩୫୦ ଟଙ୍କା ୫୦ ପଇସା ବୃଦ୍ଧି ପାଇଛି। ଏହାସହ ଦିଲ୍ଲୀରେ ୧୯ କେଜିର କମର୍ସିଆଲ ସିଲିଣ୍ଡର ପାଇଁ ଲୋକଙ୍କୁ ୨୧୧୯.୫୦ ଟଙ୍କା ଦେବାକୁ ପଡିବ। ସେହିପରି ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ଏଣିକି ୧୧୦୩ ଟଙ୍କା ଦେବାକୁ ପଡିବ। ଏହି ଦର ଆଜିଠୁ ଲାଗୁ କରାଯାଉଛି।

ସାରା ଦେଶରେ ରନ୍ଧନ ଗ୍ୟାସର ଦାମ୍‌ ୧୦୦୦ ଟଙ୍କା ଉପରେ ରହିଥିବା ବେଳେ ପୁଣି ସିଲିଣ୍ଡରର ଦାମ୍‌ ବୃଦ୍ଧି କରାଯାଇଛି। ପୂର୍ବରୁ ଭୁବନେଶ୍ୱରରେ ଏଲପିଜି ଦର ୧ ହଜାର ୭୯ ଟଙ୍କା ଥିଲା। ଏବେ ୫୦ ଟଙ୍କା ବଢି ୧୧ ଶହ ୨୯ ଟଙ୍କା ହୋଇଛି। ଦିଲ୍ଲୀରେ ଘରୋଇ ଏଲପିଜି ସିଲିଣ୍ଡର ଦର ବଢି ୧୧୦୩ ଟଙ୍କା ହୋଇଛି। ସେହିପରି ମୁମ୍ବାଇରେ ୧୧୦୨ ଟଙ୍କା ୫ ପଇସା, କୋଲକାତାରେ ୧୧୨୯ ଟଙ୍କା ହୋଇଥିବା ବେଳେ ଚେନ୍ନାଇରେ ୧୧୧୮.୫ ଟଙ୍କାରେ ପହଁଞ୍ଚିଛି।

ସେହିପରି କମର୍ସିଆଲ୍‌ ଏଲ୍‌ପିଜି ସିଲିଣ୍ଡର ଦାମ୍‌ ଦିଲ୍ଲୀରେ ୨୧୧୯.୫ଟଙ୍କା, ମୁମ୍ବାଇରେ ୨୦୭୧.୫ ଟଙ୍କା, କୋଲକାତାରେ ୨୨୨୧.୫ ଟଙ୍କା ହୋଇଥିବା ବେଳେ ଚେନ୍ନାଇରେ ୨୨୬୮ଟଙ୍କାରେ ପହଁଞ୍ଚିଛି।

Leave A Reply

Your email address will not be published.