Odisha Link
Bridging the Missing Links in Odisha

ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେବେ ପ୍ରଦୀପ ଜେନା

ଓଏଲ୍‌ ବ୍ୟୁରୋ: ଆଜି ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିବେ ପ୍ରଦୀପ ଜେନା। ନିକଟରେ ରାଜ୍ୟ ସରକାର ତାଙ୍କୁ ଏହି ପଦରେ ନିଯୁକ୍ତି ଦେଇଥିଲେ।ଧାରଣ ପ୍ରଶାସନ ବିଭାଗରୁ ଏ ସଂପର୍କିତ ବିଜ୍ଞପ୍ତି ମଧ୍ୟ ଆଗରୁ ପ୍ରକାଶ ପାଇଛି। ପ୍ରଦୀପ ମୁଖ୍ୟ ଶାସନ ସଚିବ ପଦ ସହିତ ଚିଫ୍ ଡେଭଲପେଣ୍ଟ କମିଶନର ଅଫ୍ ଓଡ଼ିଶା ଦାୟିତ୍ୱରେ ନିଯୁକ୍ତ ହୋଇଛନ୍ତି।

ଏହାପୂର୍ବରୁ ଶ୍ରୀ ଜେନା ସ୍ୱତନ୍ତ୍ର ରିଲିଫ କମିଶନର ଓ ଉନ୍ନୟନ କମିଶନର ପଦରେ ଥିଲେ। ପ୍ରଦୀପ ହେଉଛନ୍ତି ୧୯୮୯ ବ୍ୟାଚ୍ ଆଇଏଏସ୍ ଅଫିସର୍। ପ୍ରାଶାସନିକ ଦକ୍ଷତା ପାଇଁ ସେ ପରିଚିତ। ଏହା ପୂର୍ବରୁ ପ୍ରଦୀପ ଜେନା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ମଧ୍ୟ କାର୍ଯ୍ୟ ତୁଲାଇଥିଲେ। ୧୯୬୪ ମସିହା ଜାନୁଆରୀ ୧ରେ ଢେଙ୍କାନାଳରେ ଜନ୍ମ ଗ୍ରହଣ କରିଥିବା ପ୍ରଦୀପ, ଧର୍ମଗଡ଼ର ଉପଜିଲ୍ଲାପାଳ ଭାବେ କ୍ୟାରିୟର ଆରମ୍ଭ କରି ପରେ କଳାହାଣ୍ଡିର ଜିଲ୍ଲାପାଳ ହୋଇଥିଲେ।

ଗତକାଲି ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଇଛନ୍ତି ସୁରେଶ ମହାପାତ୍ର। ଏହା ପୂର୍ବରୁ ରାଜ୍ୟ ସରକାର ତାଙ୍କୁ ଥଇଥାନ କରି ସନ୍ତୁଷ୍ଟିକରଣ କରିବାକୁ ପଦକ୍ଷେପ ନେଇଛନ୍ତି। ଓଡ଼ିଶା ଇଲେକଟ୍ରିସିଟି ରେଗୁଲେଟୋରି କମିଶନ-ଓଇଆରସି ଚେୟାରମ୍ୟାନ ଭାବେ ସୁରେଶ ମହାପାତ୍ରଙ୍କୁ ନିଯୁକ୍ତି ମିଳିଛି।

ସେହିପରି ଗତକାଲି ବିଦାୟୀ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ନୂଆ ମୁଖ୍ୟ ଶାସନ ସଚିବ ଉଭୟ ପ୍ରଦୀପ ଜେନା ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ।ଉନ୍ନୟନ କମିଶନର ଅନୁଗର୍ଗ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଏହି ସାକ୍ଷାତ ଆଲୋଚନା ସମୟରେ ଫାଇବ ଟି ସଚିବ ଭିକେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.