Odisha Link
Bridging the Missing Links in Odisha

ମନମୋହନ ସାମଲ ହେଲେ ବିଜେପିର ରାଜ୍ୟ ସଭାପତି

ମନମୋହନଙ୍କୁ ରାଜ୍ୟ ସଭାପତି ଭାବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ନିଯୁକ୍ତ କରିଛନ୍ତି।

ଓଏଲ୍‌ ବ୍ୟୁରୋ: ରାଜ୍ୟ ବିଜେପିରେ ହୋଇଥିବା ଏକ ବଡ଼ ପରିବର୍ତନ ଖବର ସାମ୍ନାକୁ ଆସିଛି। ମନମୋହନ ସାମଲ ବିଜେପିର ରାଜ୍ୟ ସଭାପତି ଭାବେ ନିଯୁକ୍ତ ହୋଇଥିବା ଜଣା ପଡିଛି। ମନମୋହନଙ୍କୁ ରାଜ୍ୟ ସଭାପତି ଭାବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ନିଯୁକ୍ତ କରିଛନ୍ତି। ପୂର୍ବରୁ ଏହି ପଦବୀରେ ସମୀର ମହାନ୍ତି ଥିଲେ। ବର୍ତମାନ ତାଙ୍କ ସ୍ଥାନ ନେଇଛନ୍ତି ମନମୋହନ ସାମଲ।

ଖବର ଅନୁସାରେ, ପାଖେଇ ଆସୁଛି ୨୦୨୪ ନିର୍ବାଚନ। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୈତିକ ଦଳ ନିଜର ରଣନୀତି ପ୍ରସ୍ତୁତରେ ଲାଗିପଡ଼ିଲେଣି। ତେବେ ରାଜ୍ୟ ବିଜେପି ମଧ୍ୟ ଆଗାମୀ ନିର୍ବାଚନ ପାଇଁ ନିଜକୁ ପ୍ରସ୍ତୁତ କରୁଥିବା ବିଭିନ୍ନ କାର୍ୟକଳାପରୁ ସୂଚନା ମିଳୁଛି। ଏହାରି ମଧ୍ୟରେ ବିଜେପିର ରାଜ୍ୟ ସଭାପତି ପଦବୀକୁ ନେଇ ଚର୍ଚ୍ଚା ହେଉଥିବାବେଳେ ମନମୋହନ ସାମଲ ସେ ଦାଇତ୍ୱ ଗ୍ରହଣ କରିଛନ୍ତି।

ମନମୋହନ ସାମଲ ପୂର୍ବରୁ ରାଜ୍ୟ ବିଜେପିର ସଭାପତି ଥିଲେ। ଗତ ଧାମନଗର ନିର୍ବାଚନରେ ବିଜେପିକୁ ବାଜିମାତ କରିବାରେ ମନମୋହନ ସାମଲଙ୍କ ପ୍ରମୁଖ ଭୂମିକା ରହିଥିଲା। ରାଜ୍ୟରେ ବିଜେପି ଓ ବିଜେଡି ମେଣ୍ଟ ସରକାର ଥିବାବେଳେ ମନମୋହନ ସାମଲ ମନ୍ତ୍ରୀ ମଧ୍ୟ ଥିଲେ। ବର୍ତମାନ ବିଜେପି ମନମୋହନ ସାମଲଙ୍କୁ ରାଜ୍ୟ ବିଜେପିର ଦାଇତ୍ୱ ଦେଇଥିବା ଜଣା ପଡିଛି।

Leave A Reply

Your email address will not be published.