Odisha Link
Bridging the Missing Links in Odisha

ପୁଣି ବଦଳିଲା ଟ୍ୱିଟର ଲୋଗୋ, ଫେରିଲା ନୀଳ ପକ୍ଷୀ

ଟ୍ୱିଟରରେ ବ୍ଲୁ ଟିକ୍ ବଦଳରେ ଆସିଥିଲା ୟେଲୋ ଟିକ୍। ନୀଳ ପକ୍ଷୀ ସ୍ଥାନରେ ୟୁଜର୍ସ ଦେଖିବାକୁ ପାଇଥିଲେ ଡଗି।

ଓଏଲ୍‌ ବ୍ୟୁରୋ: ଗତ ୩ ତାରିଖରେ ବିଳମ୍ବିତ ରାତିରେ ଟ୍ୱିଟରରେ ବଡ଼ ଧରଣର ପରିବର୍ତ୍ତନ ହୋଇଥିଲା। ଟ୍ୱିଟରର ଲୋଗୋ ବଦଳି ନୀଳ ପକ୍ଷୀ ବଦଳରେ ‘ଡଗି’ ହୋଇଥିଲା ନୂଆ ଲୋଗୋ। ଏଲନ ମସ୍କ ଟ୍ୱିଟର ଲୋଗୋ ବଦଳାଇଥିବା ସୂଚନା ମିଳିଥିଲା। ମାତ୍ର ୪ଦିନରେ ପୁଣି ଥରେ ପୂର୍ବରୁ ଥିବା ନୀଳ ପକ୍ଷୀକୁ ଲୋଗୋ କରାଯାଇଛି। ପୂର୍ବରୁ ଡଗିକୁ ଟ୍ୱିଟରର ନୂଆ ଲୋଗୋ ବନାଇଥିଲେ ଏଲନ ମସ୍କ। ଟ୍ୱିଟରରେ ବ୍ଲୁ ଟିକ୍ ବଦଳରେ ଆସିଥିଲା ୟେଲୋ ଟିକ୍। ନୀଳ ପକ୍ଷୀ ସ୍ଥାନରେ ୟୁଜର୍ସ ଦେଖିବାକୁ ପାଇଥିଲେ ଡଗି।

ଖବର ଅନୁସାରେ, ଗତବର୍ଷ ୪୪ ଆରବ ଡଲାରରେ ଟ୍ୱିଟର କିଣିଥିଲେ ଏଲନ ମସ୍କ। ଟ୍ୱିଟରର ଲୋଗୋ ବଦଳିବା ନେଇ ଏଲନ ମସ୍କ ଦୁଇଟି ମଜାଦାର ଫଟୋ ପୋଷ୍ଟ କରିଥିଲେ। ଗୋଟିଏରେ କାରରେ ଡଗି ଡ୍ରାଇଭର ସିଟରେ ବସିଥିଲା। ଟ୍ରାଫିକ ପୁଲିସ ଲାଇସେନ୍ସ ଚେକ୍ କରିବା ବେଳେ ନୀଳ ପକ୍ଷୀର ଚିତ୍ର ରହିଥିଲା। ସେତେବେଳେ ଡଗି କହୁଛି, ଏହା ପୁରୁଣା ଫଟୋ। ଆଉ ଏକ ଟ୍ୱିଟରେ କୁକୁର ସିଇଓ ଟି-ସାର୍ଟ ପିନ୍ଧି ଚେୟାରରେ ବସିଥିବା ଫଟୋ ପୋଷ୍ଟ କରି ଟ୍ୱିଟରର ନୂଆ ସିଇଓ ବୋଲି କହିଥିଲେ ଏଲନ ମସ୍କ। ହେଲେ ବର୍ତ୍ତମାନ ପୁଣିଥରେ ଟ୍ୱିଟରକୁ ଫେରିଛି ନୀଳ ପକ୍ଷୀ।

Leave A Reply

Your email address will not be published.