Odisha Link
Bridging the Missing Links in Odisha

‘ସ୍କୁଲରେ କୋଠରୀ ନାହିଁ, କାନ୍ଥ ରଙ୍ଗ ବଦଳାଇ ଟ୍ରାନ୍ସଫର୍ମେସନ କରୁଛନ୍ତି ରାଜ୍ୟ ସରକାର’

ସରକାର ମିଥ୍ୟା ପ୍ରଚାର ଚଳାଇଛନ୍ତି, ତା ବିରୋଧରେ ସ୍ୱର ଉତ୍ତୋଳନ କରିବୁ ବୋଲି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଛନ୍ତି।

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାରଙ୍କ ୫-ଟିକୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ। କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଛନ୍ତି, ରାଜ୍ୟ ସରକାର ଟ୍ରାନ୍ସପରେନ୍ସି କଥା କହୁଛନ୍ତି, ହେଲେ କୌଣସି ଖର୍ଚ୍ଚର ଉତ୍ତର ଦେଉନାହାନ୍ତି। ୧୮ ମାସରେ ଷ୍ଟାଡିୟମ କରିଦେଲେ, ଲୋକଙ୍କୁ ପାଣି ଦେଇପାରୁନାହାନ୍ତି। ନବରଙ୍ଗପୁର ବୃଦ୍ଧା ଚୌକି ଧରି ବ୍ୟାଙ୍କ ଗଲେ, ଟେକ୍ନୋଲୋଜି ଜଣାପଡୁଛି ବୋଲି କହିଛନ୍ତି ବିଜୟ ପଟ୍ଟନାୟକ।

ସେ ଆହୁରି ମଧ୍ୟ ରେଖିଛନ୍ତି, ୫-ଟି ସ୍କୁଲରେ କୋଠରୀ ନାହିଁ, କାନ୍ଥ ରଙ୍ଗ ବଦଳାଇ ଟ୍ରାନ୍ସଫର୍ମେସନ କରୁଛନ୍ତି। ଟିମୱାର୍କରେ ସରକାରୀ କଳ ଏକଜୁଟ ହୋଇ ବିଜେଡିକୁ ବିଜୟୀ ଉଦ୍ୟମ କରୁଛନ୍ତି। ସରକାର ମିଥ୍ୟା ପ୍ରଚାର ଚଳାଇଛନ୍ତି, ତା ବିରୋଧରେ ସ୍ୱର ଉତ୍ତୋଳନ କରିବୁ ବୋଲି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଛନ୍ତି।