Odisha Link
Bridging the Missing Links in Odisha

ଛତିଶଗଡରେ ନକ୍ସଲ ହମଲା; ଭାଇରାଲ ହେଉଥିବା ଭିଡିଓରେ ଗୁଳିମାଡ଼ ଓ ଚିତ୍କାର ଶବ୍ଦ

ଭିଡିଓରେ ଜଣେ ସନ୍ଦିଗ୍ଦ ବ୍ୟକ୍ତି ଜଙ୍ଗଲକୁ ଖସି ପଳାଉଥିବା ଦେଖାଯାଉଛି।

ଓଏଲ୍‌ ବ୍ୟୁରୋ: ଛତିଶଗଡ଼ ଦନ୍ତେୱାଡ଼ାରେ ଘଟିଥିବା ଏକ ଦୁଖଦଃ ଖବର ସାମ୍ନାକୁ ଆସିଥିଲା। ଛତିଶଗଡରେ ବଡ ଧରଣର ନକ୍ସଲ ଆକ୍ରମଣ ହୋଇଥିଲା। ଆଇଇଡି ବିସ୍ଫୋରଣରେ ୧୧ ଜଣ ଯବାନ ସହିଦ ହୋଇଛନ୍ତି। ଛତିଶଗଡ଼ ନକ୍ସଲ ହିଂସା ପରେ ଏକ ଭାଇରାଲ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରିଛି। ଭିଡିଓରେ କିଛି ସନ୍ଦିଗ୍ଧଙ୍କ ଆତଜାତ ଦୃଶ୍ୟ ଓ ଗୁଳି ମାଡ଼ର ଶଦ୍ଦ ରହିଛି। ଭିଡିଓରେ ଜଣେ ଉଡଗୟା କ୍ୟା, ପୂରା ଉଡଗୟା କହୁଥିବା ଶୁଣାଯାଉଛି। କିଛି ଦୂରରେ ଧୂଆଁଳିଆ ଦିଶିବା ସହ ଲୋକଙ୍କ ଚିତ୍କାର ବି ଶୁଭୁଛି। ଲୋକଙ୍କ ଚିତ୍କାର ଶୁଣାଯିବା ପରେ ପରେ ଗୁଳି ମାଡ଼ର ଶବ୍ଦ ବି ଶୁଭୁଛି। ଭିଡିଓରେ ଜଣେ ସନ୍ଦିଗ୍ଦ ବ୍ୟକ୍ତି ଜଙ୍ଗଲକୁ ଖସି ପଳାଉଥିବା ଦେଖାଯାଉଛି। ନକ୍ସଲଙ୍କ ବିସ୍ଫୋରଣ ପରେ ଭିଡିଓ ଉତ୍ତୋଳନ ହୋଇଥିବା ଅନୁମାନ କରାଯାଉଛି।

ଖବର ଅନୁସାରେ, ଛତିଶଗଡ଼ ଦନ୍ତେୱାଡ଼ାରେ ଆକ୍ରମଣରେ କିଛି ଯବାନ ଆହତ ହୋଇଥିବା ନେଇ ସୂଚନା ଦିଆଯାଇଥିଲା। ଅପରେସନରେ ଯାଉଥିବା ଯବାନଙ୍କୁ ଆମ୍ବୁସ ଲଗାଇ ଆକ୍ରମଣ ହୋଇଥିଲା। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ୍‌ ଏନେଇ ଟ୍ୱିଟ୍‌ କରି ସୂଚନା ଦେଇଥିଲେ। ପରେ ସହିଦ ଯବାନ ଓ ମୃତ ଡ୍ରାଇଭରଙ୍କ ନାଁ ପ୍ରକାଶ କରିଥିଲା ଛତିଶଗଡ଼। ନକ୍ସଲ ଆକ୍ରମଣରେ ସହିଦ ହୋଇଛନ୍ତି, ଜୋଗା ସୋଡି, ମୁନ୍ନାରାମ କଡ଼ତି, ସନ୍ତୋଷ ତାମୋ, ଦୁଲଗି ମଣ୍ଡାବି, ଲଖମୁ ମରକାମ, ଜୋଗା କବାସୀ, ହରିରାମ ମଣ୍ଡାବି, ରାଜୁରାମ କରଟମ, ଜୟରାମ ପୋଡ଼ିୟାମ, ଜଗଦୀଶ କବାସୀ। ସେହିପରି ଏହି ଆକ୍ରମଣରେ ପ୍ରାଣ ହରାଇଥିବା ମୃତ ଡ୍ରାଇଭରଙ୍କ ନାଁ ଧନୀରାମ ଯାଦବ ହୋଇଥିବା ସୂଚନା।

Leave A Reply

Your email address will not be published.