ଆଜି ୧୨ ଘଣ୍ଟିଆ କୋରାପୁଟ ବନ୍ଦ, ବସ ଚଳାଚଳ ବାଧାପ୍ରାପ୍ତ
୧୨ ଘଣ୍ଟିଆ କୋରାପୁଟ ବନ୍ଦ ଯୋଗୁଁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି।

ଓଏଲ୍ ବ୍ୟୁରୋ: ଆଜି ୧୨ ଘଣ୍ଟିଆ କୋରାପୁଟ ବନ୍ଦ। କୋରାପୁଟ ଜିଲ୍ଲା କଂଗ୍ରେସ ପକ୍ଷରୁ ବନ୍ଦ ପାଳନ ପାଇଁ ଡାକରା ଦିଆଯାଇଛି। ୪ ଦଫା ଦାବିରେ ଜିଲ୍ଲା କଂଗ୍ରେସ ଏହି ବନ୍ଦ ଡାକରା ଦେଇଛି। ତେବେ ଏହି ବନ୍ଦ ଡାକରାକୁ ବଣିକ, ବସ ଓ ଟ୍ରକ ସଙ୍ଘ ସମର୍ଥନ କରୁଥିବା ଜଣା ପଡିଛି। ୧୨ ଘଣ୍ଟିଆ କୋରାପୁଟ ବନ୍ଦ ଯୋଗୁଁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି। କେବଳ ସେତିକି ନୁହେଁ ବରଂ ଦୋକାନ ବଜାର ବନ୍ଦ ଥିବା ଜଣା ପଡିଛି। ତେବେ ଆଜି ସକାଳୁ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯିବ।