ପଶ୍ଚିମବଙ୍ଗରେ ବାଣ ବିସ୍ଫୋରଣ ଘଟଣା: ୮ ମୃତ, ବାଣ ମାଲିକ ଗିରଫ
ବାଣ ମାଲିକଙ୍କ ପୁଅ ସହ ସମ୍ପର୍କୀୟଙ୍କୁ ପୁଲିସ ଅଟକ ରଖିଥିବା ସୂଚନା ମିଳିଛି।

ଓଏଲ୍ ବ୍ୟୁରୋ: ପଶ୍ଚିମବଙ୍ଗରେ ବାଣ ବିସ୍ଫୋରଣ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା। ପୂର୍ବ ମେଦିନପୁର ଜିଲ୍ଲା ଏଗ୍ରା ଖାଦିକୁଲ୍ ଗାଁରେ ଥିବା ବାଣ କାରଖାନାରେ ବିସ୍ଫୋରଣ ହୋଇଥିବା ଜଣା ପଡିଥିଲା। ପଶ୍ଚିମବଙ୍ଗରେ ହୋଇଥିବା ବିସ୍ଫୋରଣରେ ୮ ଜଣଙ୍କ ଜୀବନ ଚାଲିଯାଇଥିବାବେଳେ ଅନେକ ଗୁରୁତର ଭାବେ ଆହତ ହୋଇଥିଲେ। ତେବେ ଏହି ଘଟଣାରେ ତଦନ୍ତ କରି ବାଣ ମାଲିକକୁ ଗିରଫ କଲା ପୁଲିସ। କଟକର ଏକ ଘରୋଇ ହସ୍ପିଟାଲରୁ କଟକ ପୁଲିସ ସହାୟତାରେ ଗିରଫ କଲା ପଶ୍ଚିମବଙ୍ଗ ପୁଲିସ। ବାଣ ମାଲିକଙ୍କ ପୁଅ ସହ ସମ୍ପର୍କୀୟଙ୍କୁ ପୁଲିସ ଅଟକ ରଖିଥିବା ସୂଚନା ମିଳିଛି।
ଖବର ଅନୁସାରେ, ବାଣ ତିଆରି ନାଁରେ ସେଠାରେ ବୋମା ଭିଡ଼ା ଚାଲିଥିବା ସୂଚନା ମିଳିଥିବା କୁହାଯାଉଛି। ବିସ୍ଫୋରଣ ହୋଇଥିବା ସ୍ଥାନରେ ପ୍ରବଳ ଉତ୍ତେଜନା ଦେଖା ଦେଇଥିଲା। ଘଟଣା ସ୍ଥଳରେ ୨ଟି ପୁଲିସ ଗାଡ଼ି ଭଙ୍ଗାରୁଜା ହୋଇଥିବା ସୂଚନା ରହିଥିଲା। ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ।