Odisha Link
Bridging the Missing Links in Odisha

ଦିନରେ ଅସହ୍ୟ ତାତି, ରାଜ୍ୟର କିଛି ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ତାପମାତ୍ରା

ତାତି ବଢ଼ିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି।

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ପୁଣି ଅସହ୍ୟ ହେଲାଣି ତାତି। ବଢ଼ିବାରେ ଲାଗିଛି ତାପମାତ୍ରା। ରାଜ୍ୟରେ ଆହୁରି ମଧ୍ୟ ଅତ୍ୟଧିକ ତାତି ଅନୁଭୂତ ହେବ ବୋଲି ସୂଚନା ମିଳିଛି। ୨ରୁ ୩ ଡିଗ୍ରୀ ଯାଏ ବଢ଼ିବ ଦିନ ତାପମାତ୍ରା। କିଛି ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ରହିବ ପାରଦ। ୪ରୁ ୫ ଦିନ ପାଇଁ ପାରଦ ଉପରମୁହାଁ ରହିବ। ତାତି ବଢ଼ିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି।

ଆଜି ଦିନ ୧୧.୩୦ ସୁଦ୍ଧା ଝାରସୁଗୁଡ଼ା ଓ ସମ୍ବଲପୁର ୪୦ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ କରାଯାଇଛି। ଝାରସୁଗୁଡାରେ ୪୦.୬ ଡିଗ୍ରୀ, ସମ୍ବଲପୁରରେ ୪୦.୪ ଡିଗ୍ରୀ, ହୀରାକୁଦରେ ୩୯.୪ ଡିଗ୍ରୀ, ଚାନ୍ଦବାଲିରେ ୩୭.୮ ଡିଗ୍ରୀ, ଭୁବନେଶ୍ୱରରେ ୩୬.୨ ଡିଗ୍ରୀ, କେନ୍ଦୁଝରରେ ୩୪.୮ ଡିଗ୍ରୀ, ବାଲେଶ୍ୱରରେ ୩୪.୬ ଡିଗ୍ରୀ, ପୁରୀରେ ୩୪.୦ ଡିଗ୍ରୀ, ଗୋପାଳପୁରରେ ୩୩.୪ ଡିଗ୍ରୀ। ପାରାଦୀପରେ ୩୩.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।