Odisha Link
Bridging the Missing Links in Odisha

ରାଜ୍ୟ କ୍ୟାବିନେଟ ବୈଠକ: ୧୮ଟି ପ୍ରସ୍ତାବରେ ବାଜିଲା ମୋହର

ଭିତ୍ତିଭୂମି ସୁଦୃଢ ହେବା ପାଇଁ ବୈଠକରେ ମୁଖ୍ୟ ଗୁରୁତ୍ୱ ରହିଥିବାବେଳେ 'ମୋ ଘର' ଯୋଜନାକୁ କ୍ୟାବିନେଟରେ ଅନୁମୋଦନ ପ୍ରଦାନ କରାଯାଇଛି।

ଓଏଲ୍‌ ବ୍ୟୁରୋ: ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ ବୈଠକ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଛି ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ। ତେବେ ରାଜ୍ୟ କ୍ୟାବିନେଟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ ବୈଠକରେ ବିଭିନ୍ନ ପ୍ରସ୍ତାବ ଉପରେ ମୋହର ବାଜିବ ବୋଲି କୁହାଯାଉଥିବାବେଳେ ୧୮ଟି ପ୍ରସ୍ତାବରେ ବାଜିଲା ମୋହର। ଭିତ୍ତିଭୂମି ସୁଦୃଢ ହେବା ପାଇଁ ବୈଠକରେ ମୁଖ୍ୟ ଗୁରୁତ୍ୱ ରହିଥିବାବେଳେ ‘ମୋ ଘର’ ଯୋଜନାକୁ କ୍ୟାବିନେଟରେ ଅନୁମୋଦନ ପ୍ରଦାନ କରାଯାଇଛି।