Odisha Link
Bridging the Missing Links in Odisha

ରାଜ୍ୟ କ୍ୟାବିନେଟ ବୈଠକ: ଭିସୁଟର ଉନ୍ନତିକରଣ ପାଇଁ ୨୦୦୦ କୋଟି ମଞ୍ଜୁର

ବେସରକାରୀ ଓ ଜୁନିଅର କଲେଜରେ ଲାଇବ୍ରେରୀ ଆଟେଣ୍ଡାଣ୍ଟ ପଦବୀକୁ ମଂଜୁରୀ ପ୍ରଦାନ କରାଯାଇଛି।

ଓଏଲ୍‌ ବ୍ୟୁରୋ: ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଯ଼ାଇଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ। ତେବେ ରାଜ୍ୟ କ୍ୟାବିନେଟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ ବୈଠକରେ ବିଭିନ୍ନ ପ୍ରସ୍ତାବ ଉପରେ ମୋହର ବାଜିବ ବୋଲି କୁହାଯାଉଥିବାବେଳେ ୧୮ଟି ପ୍ରସ୍ତାବରେ ବାଜିଲା ମୋହର। ଭିସୁଟର ଉନ୍ନତୀକରଣ ପାଇଁ ୨୦୦୦ କୋଟିକୁ ଅନୁମୋଦନ ମିଳିଛି। ବେସରକାରୀ ଓ ଜୁନିଅର କଲେଜରେ ଲାଇବ୍ରେରୀ ଆଟେଣ୍ଡାଣ୍ଟ ପଦବୀକୁ ମଂଜୁରୀ ପ୍ରଦାନ କରାଯାଇଛି।

ଓଡ଼ିଆ ସିନେମାକୁ ପ୍ରୋତ୍ସାହନ ମିଳିଛି। ଦୁଇଟି ସିନେମାକୁ କର ମୁକ୍ତ କରାଯାଇଛି। ‘ଡେଲିଭରୀ ବୟ’ ଏବଂ ‘ଜ୍ବିଗାଟୋ’ କର ମୁକ୍ତ ହୋଇଛି। ଭିତ୍ତିଭୂମି ସୁଦୃଢ ହେବା ପାଇଁ ବୈଠକରେ ମୁଖ୍ୟ ଗୁରୁତ୍ୱ ରହିଥିବାବେଳେ ‘ମୋ ଘର’ ଯୋଜନାକୁ କ୍ୟାବିନେଟରେ ଅନୁମୋଦନ ପ୍ରଦାନ କରାଯାଇଛି। ଭିତ୍ତିଭୂମି ସୁଦୃଢ ହେବା ପାଇଁ ବୈଠକରେ ମୁଖ୍ୟ ଗୁରୁତ୍ୱ ରହିଥିବାବେଳେ ‘ମୋ ଘର’ ଯୋଜନାକୁ କ୍ୟାବିନେଟରେ ଅନୁମୋଦନ ପ୍ରଦାନ କରାଯାଇଛି।