Odisha Link
Bridging the Missing Links in Odisha

+୨ ରେଜଲ୍ଟ: ବିଜ୍ଞାନରେ ପାସ୍ ହାର ୮୪.୯୩% ଓ ବାଣିଜ୍ୟରେ ୮୧.୧୨%

ଚଳିତ ବର୍ଷ ବିଜ୍ଞାନରେ ୮୪.୯୩% ପାସ ହାର ହୋଇଥିବାବେଳେ ବାଣିଜ୍ୟରେ ୮୧.୧୨ ପ୍ରତିଶତ ପାସ ହାର ରହିଛି।

ଓଏଲ୍‌ ବ୍ୟୁରୋ: ଯୁକ୍ତ ଦୁଇ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ ଖବର ସାମ୍ନାକୁ ଆସିଛି। ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ। ବିଧିବଦ୍ଧ ଭାବେ ଘୋଷଣା କଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି। ତେବେ ଚଳିତ ବର୍ଷ ବିଜ୍ଞାନରେ ୮୪.୯୩% ପାସ ହାର ହୋଇଥିବାବେଳେ ବାଣିଜ୍ୟରେ ୮୧.୧୨ ପ୍ରତିଶତ ପାସ ହାର ରହିଛି।

ରେଜଲ୍ଟ ପ୍ରକାଶ ପାଇବା ନେଇ ପୂର୍ବରୁ ସିଏଚଏସିସି, ପରୀକ୍ଷା ନିୟନ୍ତ୍ରକ ବିଧିବଦ୍ଧ ଭାବେ ଘୋଷଣା କରିଥିଲେ। ତେବେ ଆଜି କେବଳ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଛି। ତେବେ ପରବର୍ତ୍ତୀ ସମୟରେ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ। ତେବେ ଛାତ୍ରଛାତ୍ରୀ ନିଜର ଫଳାଫଳ ଜାଣିବା ପାଇଁ orissaresults.nic.in କିମ୍ବା chseodisha.nic.in ୱେବସାଇଟରେ ଯାଇ ଚେକ କରିପାରିବେ।

ଖବର ଅନୁସାରେ, ମାର୍ଚ୍ଚ ୧ ତାରିଖରୁ ଯୁକ୍ତ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଏପ୍ରିଲ୍ ୫ ତାରିଖରେ ଶେଷ ହୋଇଥିଲା। ସେହିପରି ଏପ୍ରିଲ୍ ୧୦ ତାରିଖରେ ଖାତା ଦେଖା ଆରମ୍ଭ ହୋଇଥିଲା। ଏପଟେ ଆରମ୍ଭ ହୋଇଛି ଯୁକ୍ତଦୁଇ ପ୍ରଥମ ବର୍ଷର ନାମଲେଖା ପ୍ରକ୍ରିୟା। ସିଏଚଏସଇ ଅଧିନ ବିଦ୍ୟାଳୟର କଳା, ବିଜ୍ଞାନ, ବାଣିଜ୍ୟ, ଉପଶାସ୍ତ୍ରୀ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି।

Leave A Reply

Your email address will not be published.