Odisha Link
Bridging the Missing Links in Odisha

ଆଜି ଅପରାହ୍ନରେ ୪ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ, ଜାଣନ୍ତୁ ଏହାର କାରଣ

ଜ୍ୟେଷ୍ଠ ମାସ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ପ୍ରାତଃକାଳୀନ ପୂଜା ସମାପ୍ତ ହେବା ପରେ ଦକ୍ଷିଣ ଘରୁ ଶ୍ରୀକୃଷ୍ଣଙ୍କ ପ୍ରତିମା ଆଣି ଶ୍ରୀଜଗନ୍ନାଥଙ୍କ ପାଖରେ ରଖି ଆଜ୍ଞା ମାଗି ନନ୍ଦିଘୋଷରେ ସ୍ଥାପନ କରାଯାଏ।

ଓଏଲ୍‌ ବ୍ୟୁରୋ: ଆଜି ଶ୍ରୀମନ୍ଦିରରେ ୠକ୍ମିଣୀ ହରଣ ନୀତି। ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ୠକ୍ମିଣୀଙ୍କୁ ବିବାହ କରିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଚୂଡାନ୍ତ ହୋଇଛି। ଏହାଦ୍ୱାରା ଆପାତତଃ ଅପରାହ୍ନ ଘ. ୧.୦୦ ରୁ ଅପରାହ୍ନ ଘ. ୫.୦୦ ଟିକା ପର୍ଯ୍ୟନ୍ତ ଶ୍ରୀବିଗ୍ରହମାନଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ୠକ୍ମିଣୀ ହରଣ ଏକାଦଶୀ ନୀତି। ବିବାହ ଉତ୍ସବକୁ ଧୁମଧାମରେ ପାଳନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପୁରା ପ୍ରସ୍ତୁତ। ସକାଳୁ ଦ୍ୱାରଫିଟା ପରେ ବାଜୁଛି ତେଲିଙ୍ଗି ବାଜା ସହ ଶଙ୍ଖମହୁରୀ। ଜ୍ୟେଷ୍ଠ ମାସ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ପ୍ରାତଃକାଳୀନ ପୂଜା ସମାପ୍ତ ହେବା ପରେ ଦକ୍ଷିଣ ଘରୁ ଶ୍ରୀକୃଷ୍ଣଙ୍କ ପ୍ରତିମା ଆଣି ଶ୍ରୀଜଗନ୍ନାଥଙ୍କ ପାଖରେ ରଖି ଆଜ୍ଞା ମାଗି ନନ୍ଦିଘୋଷରେ ସ୍ଥାପନ କରାଯାଏ। ଯିଏ ରୁକ୍ମିଣୀ ସେ ହିଁ ଲକ୍ଷ୍ମୀ ଅଟନ୍ତି।

ସେ ସର୍ବଦା କୃଷ୍ଣଙ୍କ ହୃଦୟରେ ଅଧିଷ୍ଠିତା ହୋଇରହିଛନ୍ତି। ତେଣୁ ଏହି ଭାବନାରେ ବର୍ତ୍ତମାନ ମନୁଷ୍ୟ ବିଗ୍ରହ ଧାରଣ କରି କୃଷ୍ଣ ରୂପରେ ଜାତ ହୋଇଥିବାରୁ ଲକ୍ଷ୍ମୀ ରୁକ୍ମିଣୀ ରୂପରେ ଶ୍ରୀକୃଷ୍ଣଙ୍କ ପ୍ରାଣପ୍ରିୟା ପତ୍ନୀ ରୂପରେ ଜାତ ହୋଇଛନ୍ତି। ଶ୍ରୀମନ୍ଦିରରେ ପବିତ୍ର ଜ୍ୟେଷ୍ଠ ରୁକ୍ମିଣୀ ହରଣ ଏକାଦଶୀ ତିଥିରେ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନ ଓ ରୁକ୍ମିଣୀ (ଶ୍ରୀଦେବୀ)ଙ୍କ ବିବାହ ଉତ୍ସବ ପାରମ୍ପରିକ ରୀତିନୀତିରେ ଅନୁଷ୍ଠିତ ହୋଇଥାଏ।

Leave A Reply

Your email address will not be published.