Odisha Link
Bridging the Missing Links in Odisha

ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ, ସୁଦର୍ଶନଙ୍କ ବାଲୁକା କଳାରେ ଟବାକୋକୁ ନେଇ ସଚେତନତା

ଏହି ଦିବସ ଅବସରରେ ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜର ବାଲୁକା କଳା ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଇବାକୁ ଚେଷ୍ଟା କରିଛନ୍ତି।

ଓଏଲ୍‌ ବ୍ୟୁରୋ: ଆଜି ହେଉଛି ବିଶ୍ୱ ତମାଖୁ ବର୍ଜନ ଦିବସ। ଏ ବର୍ଷର ଥିମ୍ ହେଉଛି ‘ୱି ନିଡ୍ ଫୁଡ୍, ନଟ୍ ଟବାକୋ’ ଅର୍ଥାତ ଆମକୁ ଖାଦ୍ୟ ଆବଶ୍ୟକ ତମାଖୁ ନୁହେଁ। ତେବେ ଏହି ହାନିକାରକ ତମାଖୁ ବର୍ଜନ ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଏହି ଦିବସ ଅବସରରେ ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜର ବାଲୁକା କଳା ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଇବାକୁ ଚେଷ୍ଟା କରିଛନ୍ତି।

ବିଶ୍ୱ ତମାଖୁହୀନ ଦିବସ ପ୍ରତିବର୍ଷ ୩୧ ମଇରେ ପୃଥିବୀ ସାରା ପାଳନ କରାଯାଇଥାଏ। ଏହା ୨୪ ଘଣ୍ଟା ଧରି ପୃଥିବୀରେ ତମାଖୁର ବ୍ୟବହାରକୁ ପୁରାପୁରି ବନ୍ଦ କରିବା ଲକ୍ଷରେ କରାଯାଇଥାଏ। ଏହା ଆହୁରି ମଧ୍ୟ ସ୍ୱାସ୍ଥ୍ୟ ଉପରେ ବିଶ୍ୱରେ ତମାଖୁର ଖରାପ ପ୍ରଭାବ ଉପରେ ଜନସଚେତନତା ତିଆରି କରିବାକୁ ପାଳନ କରାଯାଇଥାଏ ଯାହା ଏବେ ପୃଥିବୀରେ ବାର୍ଷିକ ୫୪ ଲକ୍ଷ ମରଣର କାରଣ ସାଜିଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୧୯୮୭ରେ ବିଶ୍ୱ ତମାଖୁହୀନ ଦିବସ ପ୍ରଥମକରି ଆରମ୍ଭ କରିଥିଲେ। ଗତ ୨୦ ବର୍ଷ ଧରି, ଏହି ଦିବସ ସରକାର, ସାମାଜିକ ସ୍ୱାସ୍ଥ୍ୟ ସଙ୍ଗଠନ, ଧୂମପାନକାରୀ, ତମାଖୁ ଚାଷୀ ଓ କାରଖାନାମାନେ ଏହି ଦିବସ ସପକ୍ଷ ଓ ବିପକ୍ଷରେ ମତ ଦେଇଛନ୍ତି। ବିଶ୍ୱ ତମାଖୁହୀନ ଦିବସ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଦ୍ୱାରା ପାଳନ କରାଯାଉଥିବା ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ, ବିଶ୍ୱ ଏଡ୍ସ ଦିବସ ଓ ବିଶ୍ୱ ରକ୍ତଦାନକାରୀ ଦିବସ ଆଦିସ୍ୱାସ୍ଥ୍ୟ ସଚେତନତା ଦିବସମାନଙ୍କ ମଧ୍ୟରୁ ବିଶ୍ୱ ତମାଖୁହୀନ ଦିବସ ଅନ୍ୟତମ।

Leave A Reply

Your email address will not be published.