Odisha Link
Bridging the Missing Links in Odisha

ମୟୂରଝାଲିଆ ଖଣି ଅନିୟମିତତା ମାମଲା: ଗିରଫ ହେଲେ ଖଣି ମାଫିଆ

ଆଜି ଭୁବନେଶ୍ବରରୁ ସୁଶାନ୍ତଙ୍କୁ ଗିରଫ କରିଛି ଚାନ୍ଦପୁର ପୁଲିସ।

ଓଏଲ୍‌ ବ୍ୟୁରୋ: ରଣପୁର ମୟୂରଝାଲିଆ ଖଣି ଅନିୟମିତତା ମାମଲାରେ ଗିରଫ ହେଲେ ଜଣେ ଖଣି ମାଫିଆ। ଏନଜିଟିର ଛାଟ ପରେ ଖଣି ମାଫିଆ ସୁଶାନ୍ତ ବରାଡ଼ ଗିରଫ ହୋଇଥିବା ଜଣା ପଡିଛି। ଗତକାଲି ସୁଶାନ୍ତ ବରାଡ଼ଙ୍କ ଘରେ ଜିଏସ୍‌ଟି ରେଡ୍ କରିଥିଲା। ଆଜି ଭୁବନେଶ୍ବରରୁ ସୁଶାନ୍ତଙ୍କୁ ଗିରଫ କରିଛି ଚାନ୍ଦପୁର ପୁଲିସ।

ରଣପୁର ମୟୁରଝାଲିଆ ବେଆଇନ ଖଣି ଖନନ ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ଖଣି ମାଫିଆ ସୁଶାନ୍ତ ବରାଡ଼ ମାସେ ହେଲା ଫେରାର ଥିଲେ। ପୁଲିସ ବିଭାଗ ପକ୍ଷରୁ ଅନେକ ତଦନ୍ତ ପରେ ଲିଜ୍‌ଧାରୀ ସୁଶାନ୍ତ ବରାଡ଼ଙ୍କୁ ଗିରଫ କଲା ସ୍ୱତନ୍ତ୍ର ଟିମ। ଗିରଫ କରିବା ସହ ଖଣି ଖନନ ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ଖଣି ମାଫିଆ ସୁଶାନ୍ତ ବରାଡ଼ଙ୍କ ନାଁରେ ଜୋରିମାନା ଲାଗୁ କରାଯାଇଛି।