Odisha Link
Bridging the Missing Links in Odisha

ସମୁଦ୍ରରେ ଗାଧୋଇବା ହେଲା କାଳ; ଜଣେ ଛାତ୍ରୀ ମୃତ, ଅନ୍ୟ ଜଣେ ନିଖୋଜ

ଗଞ୍ଜାମ ଛତ୍ରପୁର ଆର୍ଯ୍ୟପଲ୍ଲି ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। 

ଓଏଲ୍‌ ବ୍ୟୁରୋ: ସମୁଦ୍ରରେ ଗାଧୋଇବା ହେଲା କାଳ। ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଦୁଇ ଛାତ୍ରୀ। ସମୁଦ୍ରରେ ବୁଡ଼ି ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ନିଖୋଜ ଥିବା ଜଣା ପଡିଛି। ଗଞ୍ଜାମ ଛତ୍ରପୁର ଆର୍ଯ୍ୟପଲ୍ଲି ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି।

ଛତ୍ରପୁର ଥାନା ଆର୍ଯ୍ୟପଲି ଗାଁ ନିକଟ ସମୁଦ୍ରରେ ୫ ଜଣ ସାଙ୍ଗହୋଇ ଗାଧୋଇବା ବେଳେ ଭାସିଯାଇଥିଲେ। ୩ ଜଣଙ୍କୁ ଉଦ୍ଧାର କରିଥିଲେ ଲୋକେ, ୨ ଜଣ ବୁଡ଼ି ଯାଇଥିଲେ। ୨ ନିଖୋଜ ଛାତ୍ରୀଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ରୀ  ହେଲେ କନିଷିର ସ୍ୱପ୍ନାରାଣୀ ପଣ୍ଡିତ ଏବଂ ନିଖୋଜ ଛାତ୍ରୀ  ହେଲେ ଶେରଗଡ଼ର ଗୁଡିଲି ମିଶ୍ର। ଅନ୍ୟଜଣଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଚଲାଇଅଛି ଅଗ୍ନିଶମ ବିଭାଗ।

Leave A Reply

Your email address will not be published.