Odisha Link
Bridging the Missing Links in Odisha

ତାତିରୁ ମିଳିବ ତ୍ରାହି! ଝଡ଼ବର୍ଷା ନେଇ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଝଡ଼ବର୍ଷା ଓ ବଜ୍ରପାତ ନେଇ ରାଜ୍ୟର କିଛି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଓଏଲ୍‌ ବ୍ୟୁରୋ: ଗୋଟେ ପଟେ ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହେଉଥିବାବେଳେ। ବଢ଼ିବାରେ ଲାଗିଥିଲା ତାପମାତ୍ରା। ହେଲେ ଏଥିରେ ସାମାନ୍ୟ ପରିବର୍ତ୍ତନ ଆଶଙ୍କା କରାଯାଉଛି। ରାଜ୍ୟର କିଛି ଜିଲ୍ଲାରେ ସକାଳୁ ମେଘୁଆ ପାଗ ଦେଖିବାକୁ ମିଳିଛି। ତେଣୁ ଝଡ଼ବର୍ଷା ଓ ବଜ୍ରପାତ ନେଇ ରାଜ୍ୟର କିଛି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ପୁରୀ, କେନ୍ଦୁଝର, ମୟୂରଭଂଜ, କୋରାପୁଟ, ରାୟଗଡ଼ାକୁ ୱାର୍ଣ୍ଣିଂ ଜାରି କରାଯାଇଛି।

ଗତକାଲି ରାଜ୍ୟର ବିଭିନ୍ନ ଜିଲ୍ଲାକୁ ବର୍ଷା ପବନ ନେଇ ୱାର୍ଣ୍ଣିଂ ଜାରି କରାଯାଇଥିଲା। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ମୟୂରଭଂଜ, ଯାଜପୁର, ଭଦ୍ରକ, ବାଲେଶ୍ୱର, ପୁରୀ, ଖୋର୍ଦ୍ଧା, କଟକକୁ ୱାର୍ଣ୍ଣିଂ ଜାରି କରାଯାଇଅଥିଲା। ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୪୦-୫୦ କିମି ପବନ ବହିବା ସମ୍ଭାବନା ରହିଥିଲା। ତେବେ ଯଦି ବିଭିନ୍ନ ଜିଲ୍ଲାରେ ବର୍ଷା ପବନ ହୁଏ, ତେବେ ତାତିରୁ ତ୍ରାହି ମିଳିବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.