Odisha Link
Bridging the Missing Links in Odisha

ଆସନ୍ତାକାଲି ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ଉଡ଼ିବ ବିମାନ

ଉଭୟ ରୁଟରେ ଇଣ୍ଡିଗୋ ଏୟାର ଲାଇନ୍ସ ପକ୍ଷରୁ ବିମାନ ସେବା ଯୋଗାଇ ଦିଆଯିବ।

ଓଏଲ୍‌ ବ୍ୟୁରୋ: ଆସନ୍ତା ୪ରେ ସିଙ୍ଗାପୁରରେ ପାଳନ ହେବ ଓଡ଼ିଶା ଦିବସ। ଏହାର ଗୋଟେ ଦିନ ପୂର୍ବରୁ ଅର୍ଥାତ ଜୁନ୍‌ ୩ରେ ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ସିଧାସଳଖ ଉଡ଼ିବ ବିମାନ। ସକାଳ ୬ଟା ୨୫ରେ ସିଙ୍ଗାପୁରକୁ ଓ ଅପରାହ୍ନ ୪ଟା ୫୦ରେ ବ୍ୟାଙ୍କକକୁ ଉଡ଼ିବ ବିମାନ। ଉଭୟ ରୁଟରେ ଇଣ୍ଡିଗୋ ଏୟାର ଲାଇନ୍ସ ପକ୍ଷରୁ ବିମାନ ସେବା ଯୋଗାଇ ଦିଆଯିବ। ଏନେଇ ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି।

ଗତ ୧୫ ତାରିଖରେ ଭୁବନେଶ୍ୱରରୁ ଦୁବାଇକୁ ଇଣ୍ଡିଗୋ ଏୟାର ଲାଇନ୍ସ ଜରିଆରେ ରାଜ୍ୟ ସରକାରଙ୍କ ଉଦ୍ୟମରେ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ ହୋଇଥିଲା। ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ କୋଭିଡ୍‌ ପୂର୍ବରୁ କ୍ୱାଲାଲମପୁରକୁ ବିମାନ ସେବା ଥିବା ବେଳେ କୋଭିଡ୍‌ କଟକଣା ଯୋଗୁ ବନ୍ଦ ହୋଇଥିଲା। ତେବେ ଏହି ବିମାନ ଆସନ୍ତାକାଲି ଉଡାଣ ଭରିବାକୁ ଥିବା ନେଇ ସୂଚନା ଦେଇଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ।

Leave A Reply

Your email address will not be published.