Odisha Link
Bridging the Missing Links in Odisha

ଏସସିବି ମେଡିକାଲରୁ କଏଦୀ ଫେରାର ଘଟଣା: ତଦନ୍ତ ପରେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଡ୍ୟୁଟିରେ ଖିଲାପ ହୋଇଥାଇପାରେ, ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ଚୌଦ୍ବାର ଜେଲର କହିଛନ୍ତି।

ଓଏଲ୍‌ ବ୍ୟୁରୋ: କଟକ ବଡ ମେଡିକାଲରେ ଘଟିଥିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। କଟକ ବଡ ମେଡିକାଲରୁ କଏଦୀ ଚମ୍ପଟ ମାରିଥିବା ସୂଚନା ମିଳିଛି। ମହିଳାଙ୍କ ଶାଢୀ ପିନ୍ଧି ଜଣେ କଏଦୀ ଚମ୍ପଟ ହୋଇଯାଇଛି। ଚୌଦ୍ୱାର ଜେଲରୁ ଆସି ଏସସିବିରେ ଚିକିତ୍ସିତ ହେଉଥିବା ବେଳେ ଚମ୍ପଟ ମାରିଛି କଏଦୀ।

ଏସସିବି ମେଡିକାଲରୁ କଏଦୀ ଫେରାର ଘଟଣାକୁ ନେଇ ଚୌଦ୍ବାର ଜେଲର କହିଛନ୍ତି ଯେ, ଏନେଇ ମଙ୍ଗଳାବାଗ ଥାନାରେ ଏତଲା ହୋଇଛି। କିପରି ଫେରାର ହେଲା, ତଦନ୍ତ ଚାଲିଛି। ସିଫ୍ଟ ଅନୁଯାୟୀ ଜେଲ୍‌ର ୩ କର୍ମଚାରୀ ଥିଲେ। ଡ୍ୟୁଟିରେ ଖିଲାପ ହୋଇଥାଇପାରେ, ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ଚୌଦ୍ବାର ଜେଲର କହିଛନ୍ତି।

ଖବର ଅନୁସାରେ, ଗତକାଲି କଟକ ବଡମେଡିକାଲ ନ୍ୟୁ ମେଡିସିନ ୱାର୍ଡର ଦ୍ୱିତୀୟ ମହଲାରେ ଥିବା ବେଡ୍ ନମ୍ବର ୧୭୨ରେ ଭର୍ତି ହୋଇଥିଲା ଜଣେ କଏଦୀ। ଜଗତସିଂହପୁର ନାଉଁଗା ଅଂଚଳର ସାଜନ ଦାସ ଏକ ଚୋରୀ ମାମଲାରେ ଜେଲରେ ଥିବା ବେଳେ ଗତ ୨୯ ତାରିଖରୁ ଏସସିବିରେ ଭର୍ତି ହୋଇ ଚିକିତ୍ସିତ ହେଉଥିଲେ। ଜେଲରେ ଥିବା ବେଳେ ପେଟ ରୋଗ ସହିତ ବାତ ସମସ୍ୟା ଯୋଗୁଁ ଅସୁସ୍ଥ ହୋଇପଡିଥିଲେ। ପରେ ତାଙ୍କୁ ବଡ ମେଡିକାଲ ଅଣାଯାଇଥିଲା।

ଏଭଳି ବାରମ୍ବାର ହେବାରୁ ମେ ୨୯ ତାରିଖରେ ଜେଲ କର୍ତ୍ତୃପକ୍ଷ ତାକୁ ଏସସିବି ଆଣିଥିଲେ। ହେଲେ ଗତକାଲି ସକାଳେ ଶୌଚ ହେବାକୁ ଯାଇ ସାଜନ ସେଠାରେ ମହିଳାଙ୍କ ଶାଢୀ ପିନ୍ଧି ଚମ୍ପଟ ମାରିଛି। ତେବେ ଚୌଦ୍ୱାର ଜେଲର ୩ ଜଣ ୱାର୍ଡର ତାଙ୍କୁ ଜଗିଥିବା ସତ୍ୱେ କିଭଳି କଏଦୀ ଜଣଙ୍କ ଚମ୍ପଟ ମାରିଲା ତାହା ଏବେ ବଡ ପ୍ରଶ୍ନ ସୃଷ୍ଟି କରିଛି।

Leave A Reply

Your email address will not be published.