Odisha Link
Bridging the Missing Links in Odisha

ଜୁନ୍‌ ୩୦ ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ମିଳିବ ସ୍କୁଲ ୟୁନିଫର୍ମ, ଜାରି ହେଲା ଗାଇଡ୍‌ଲାଇନ୍‌

ଚଳିତ ଶିକ୍ଷା ବର୍ଷରୁ ମୁଖ୍ୟମନ୍ତ୍ରୀ ଶିକ୍ଷକ ପରିଧାନ ଯୋଜନାରେ ମାଗଣା ୟୁନିଫର୍ମ ପ୍ରଦାନ କରାଯିବ।

ଓଏଲ୍‌ ବ୍ୟୁରୋ: ଜୁନ ୩୦ ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ମିଳିବ ସ୍କୁଲ ୟୁନିଫର୍ମ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ପୋଷାକ ପ୍ରଦାନ ନେଇ ଜାରି ହେଲା ଗାଇଡ୍‌ଲାଇନ୍। ଅଗତକାଳୀ ନବମ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଖୁସି ଖବର ଘୋଷଣା ହୋଇଥିଲା। ଚଳିତ ଶିକ୍ଷା ବର୍ଷରୁ ମୁଖ୍ୟମନ୍ତ୍ରୀ ଶିକ୍ଷକ ପରିଧାନ ଯୋଜନାରେ ମାଗଣା ୟୁନିଫର୍ମ ପ୍ରଦାନ କରାଯିବ। ପୂର୍ବରୁ ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ମାଗଣା ୟୁନିଫର୍ମ ମିଳୁଥିଲା।

ବର୍ତ୍ତମାନ ନବମ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ମାଗଣାରେ ଦିଆଯିବ ୟୁନିଫର୍ମ। ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ଏହି ଯୋଜନାରେ ସାମିଲ ହେବେ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ।

ପୂର୍ବରୁ ରାଜ୍ୟ ସରକାରଙ୍କ ପ୍ରସ୍ତୁତ ବଜେଟରେ ଘରୋଇ ସ୍କୁଲ ଭଳି ସରକାରୀ ସ୍କୁଲ ପିଲାଙ୍କୁ ନୋଟ ବୁକ୍ ମିଳିବ ବୋଲି ବଜେଟ ପ୍ରସ୍ତୁତ ହୋଇଥିଲା। କେବଳ ସେତିକି ନୁହେଁ ବରଂ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଆସନ୍ତା ଶିକ୍ଷାବର୍ଷରୁ ୟୁନିଫର୍ମ ଓ ଆନୁସଙ୍ଗିକ ସାମଗ୍ରୀ ମିଳିବା ନେଇ ନିଷ୍ପତି ହୋଇଥିଲା ଯାହା ବର୍ତମାନ କାର୍ଯ୍ୟକାରୀ କରାଯିବାକୁ ଘୋଷଣା କରାଯାଇଛି।

Leave A Reply

Your email address will not be published.