Odisha Link
Bridging the Missing Links in Odisha

ସିସୋଦିଆଙ୍କୁ ଆଶ୍ୱସ୍ତି, ୭ ଘଣ୍ଟା ପାଇଁ ପତ୍ନୀଙ୍କୁ ଭେଟିବାକୁ କୋର୍ଟ ଦେଲେ ଅନୁମତି

ଓଏଲ୍‌ ବ୍ୟୁରୋ: ଆମ୍‌ ଆଦମୀ ପାର୍ଟିର ଦ୍ବିତୀୟ ସର୍ବଶ୍ରେଷ୍ଠ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଲା ଆଶ୍ବସ୍ତି। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମନୀଷଙ୍କୁ ଅସୁସ୍ଥ ପତ୍ନୀଙ୍କୁ ସାକ୍ଷାତ କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ତିହାଡ ଜେଲରେ ଦିନ କାଟୁଥିବା ମନୀଷ ଆସନ୍ତାକାଲି ସକାଳ ୧୦ଟାରୁ ୫ଟା ପର୍ଯ୍ୟନ୍ତ ତାଙ୍କ ଘରକୁ ଯାଇ ପତ୍ନୀ ଓ ପରିବାରକୁ ସାକ୍ଷାତ କରିପାରିବେ। କିନ୍ତୁ ସାକ୍ଷାତକାର ସମୟରେ ବି କଷ୍ଟଡିରେ ରହିବେ ମନୀଷ। ଏହାସହ କୋର୍ଟ ଅନ୍ତରୀଣ ଜାମିନ ଉପରେ ନିଷ୍ପତ୍ତି ସୁରକ୍ଷିତ ରଖିଛନ୍ତି।

ଗିରଫ ହେବାର ୯୮ ଦିନ ପରେ ଜେଲରୁ ବାହାରି ଘରକୁ ଯିବେ ମନୀଷ ସିସୋଦିଆ। ଦିଲ୍ଲୀ ହାଇକୋର୍ଟ ସିସୋଦିଆଙ୍କୁ ପତ୍ନୀଙ୍କୁ ଭେଟିବା ପାଇଁ ଦେଇଥିବା ଅନୁମତି ମଧ୍ୟରେ କିଛି ସର୍ତ୍ତ ରଖିଛନ୍ତି। ଏଥିରେ ସେ ପତ୍ନୀଙ୍କୁ ଭେଟିବାକୁ ଯିବା ବେଳେ ଗଣମାଧ୍ୟମ ସହ କଥା ହୋଇପାରିବେ ନାହିଁ। କେବଳ ନିଜ ପରିବାର ଲୋକଙ୍କ ସହ କଥା ହେବାକୁ ଅନୁମତି ମିଳିଛି। ଏହାସହ ଏହି ଅବଧି ମଧ୍ୟରେ ସିସୋଦିଆ ମୋବାଇଲ କିମ୍ବା ଇଣ୍ଟରନେଟ୍ ବ୍ୟବହାର କରିପାରିବେ ନାହିଁ।

ଏହାସହ ଶନିବାର ସନ୍ଧ୍ୟା ସୁଦ୍ଧା ସିସୋଦିଆଙ୍କୁ ପତ୍ନୀଙ୍କ ମେଡିକାଲ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ମେଡିକାଲ ରିପୋର୍ଟ ଦାଖଲ କରିବା ପରେ ସିସୋଦିଆଙ୍କ ପତ୍ନୀ ତାଙ୍କୁ ଜେଲରେ ଭେଟିପାରିବେ। ସୂଚନାଥାଉକି, ପତ୍ନୀଙ୍କ ଅସୁସ୍ଥତା ଦର୍ଶାଇ ସିସୋଦିଆ କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ।

ସିସୋଦିଆ ଫେବୃଆରୀ ୨୬ ତାରିଖରେ ଏହି ମାମଲାରେ ସିବିଆଇ ହାତରେ ଗିରଫ ହୋଇଥିଲେ। ଯେତେବେଳେ କି ସମାନ ମାମଲାରେ ମାର୍ଚ୍ଚ ୯ରେ ଇଡି ଦ୍ୱାରା ସେ ଗିରଫ ହୋଇଥିଲେ। ତିହାର ଜେଲ୍‌ରେ ଦୀର୍ଘ ସମୟ ପଚରାଉଚରା ପରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ନେଇଥିଲା।

Leave A Reply

Your email address will not be published.