Odisha Link
Bridging the Missing Links in Odisha

୫-ଟି ଆଧାରରେ ପୁନଃନିର୍ମାଣ ହେବ ବାହାନଗା ହାଇସ୍କୁଲ, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ସ୍କୁଲ ପରିସରରେ ଥିବା ପ୍ରାଥମିକ ସ୍କୁଲ ସଂପୂର୍ଣ୍ଣ ଭଙ୍ଗାଯିବ।

ଓଏଲ୍‌ ବ୍ୟୁରୋ: ବାହାନଗା ରେଳ ଦୁର୍ଘଟଣା ପରେ ମୃତଦେହ ରଖା ଯାଇଥିବା ସ୍କୁଲ ଘର ଭଙ୍ଗାଯାଉଛି। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଏନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ୫-ଟି ଆଧାରରେ ପୁନଃନିର୍ମାଣ ହେବ ବାହାନଗା ହାଇସ୍କୁଲ। ସ୍କୁଲ ପରିସରରେ ଥିବା ପ୍ରାଥମିକ ସ୍କୁଲ ସଂପୂର୍ଣ୍ଣ ଭଙ୍ଗାଯିବ। ସଂପୂର୍ଣ୍ଣ ଭଙ୍ଗାଯିବା ସହ ହାଇସ୍କୁଲର ପୁନଃନିର୍ମାଣ କରାଯିବ। ପୁନଃନିର୍ମାଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିବା ଜଣା ପଡିଛି।

ଅନ୍ୟପଟେ, ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ କହିଛନ୍ତି, ଭୂତ ପାଇଁ ସ୍କୁଲ ଘର ଭଙ୍ଗାଯାଉନି। ଯେହେତୁ ପିଲା ଏଠାରେ ଖାଉଥିଲେ ସେଥିପାଇଁ ଭଙ୍ଗାଯାଉଛି। ରକ୍ତଛିଟା ପଡ଼ିଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି। ଭୂତ ପାଇଁ ସ୍କୁଲ ଘର ଭଙ୍ଗ ଯାଉଥିବା କହିବା ସମ୍ପୂର୍ଣ ମିଥ୍ୟା ବୋଲି ସେ କହିଛନ୍ତି। ଭଙ୍ଗାଯିବା ସମୟରେ ସ୍କୁଲ ପରିଚାଳନା କମିଟି ଉପସ୍ଥିତ ରହିଛି।