Odisha Link
Bridging the Missing Links in Odisha

ସରକାରଙ୍କ ଶକ୍ତି ବିଭାଗ ଉପରେ ଆଉ ଅଙ୍କୁଶ ନାହିଁ: ବିଜୟ ପଟ୍ଟନାୟକ

ବିଦ୍ୟୁତ ବିଭାଗର ଅଣ୍ଡର ଗ୍ରାଉଣ୍ଡ କେବୁଲିଂ ବ୍ୟବସ୍ଥା ଗଲା କୁଆଡେ

ଓଏଲ୍‌ ବ୍ୟୁରୋ: ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ କରିଥିଲା। ଯାହା ପରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇ ଅନେକ ସମୟ ଧରି ବିଦ୍ୟୁତ କାଟ ହୋଇଥିଲା। ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟ ପ୍ରସଙ୍ଗରେ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଟାଟା ପାୱାର କମ୍ପାନୀ ଉପରେ ରାଜ୍ୟ ବିଦ୍ୟୁତ ବିଭାଗର କର୍ତ୍ତ୍ୟୁତ ନାହିଁ। ଟାଟା କମ୍ପାନୀ ଶକ୍ତି ବିଭାଗର ହର୍ତା କର୍ତ୍ତା ପାଲଟିଛି। ଯାହା ପାଇଁ ଆମେ ଏ କଷ୍ଟ ଭୋଗୁଛୁ। ବିଦ୍ୟୁତ ବିଭାଗର ଅଣ୍ଡର ଗ୍ରାଉଣ୍ଡ କେବୁଲିଂ ବ୍ୟବସ୍ଥା ଗଲା କୁଆଡେ ବୋଲି ପ୍ରଶ୍ନ କରିଛନ୍ତି ବିଜୟ ପଟ୍ଟନାୟକ।

ସେ ଆହୁରି ମଧ୍ୟ କହିଛନ୍ତି, ସାମାନ୍ୟ ପବନରୁ ଲାଇନ୍ କାଟର ଶିକାର ହେଉଛନ୍ତି ରାଜ୍ୟବାସୀ। ସରକାର ଟାଟାକୁ ସମ୍ପୂର୍ଣ କ୍ଷମତା ଦେଇ ଦେଇଛନ୍ତି ସେଥିପାଇଁ ଏ ଦଶା ଭୋଗିବାକୁ ପଡୁଛି। ମନ ଇଚ୍ଛା ଲାଇନ୍ କାଟ କରିବା ସାଙ୍ଗକୁ ଉପଭୋକ୍ତାଙ୍କ ଉପରେ ଜୁଲମ କରୁଛନ୍ତି। ମନ୍ତ୍ରୀ କହିବେ ବିଦ୍ୟୁତ କାଟ ‘ଟେକ୍ନିକାଲ ପ୍ରୋବେଲମ’। ଠିକ୍ ଅଛି କିନ୍ତୁ ସବୁ ବେଳେ ଘନ ଘନ ଲାଇନ୍ କାଟିଲେ ଆମେ କଣ କହିବା ଟେକ୍ନିକାଲ ପ୍ରୋବଲେମ୍। ସରକାରଙ୍କ ଶକ୍ତି ବିଭାଗ ଉପରେ ଆଉ ଅଙ୍କୁଶ ନାହିଁ ବୋଲି କହିଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ।

Leave A Reply

Your email address will not be published.