Odisha Link
Bridging the Missing Links in Odisha

ଢେଙ୍କାନାଳ ଟାଟା ଷ୍ଟିଲରେ ଅଘଟଣ, ୧୭ ଶ୍ରମିକ ଗୁରୁତର

ଷ୍ଟିମ୍ ପାଇପ୍ ଲାଇନ୍ ଫାଟି ୧୭ କର୍ମଚାରୀ ଗୁରୁତର।

ଓଏଲ୍‌ ବ୍ୟୁରୋ: ଢେଙ୍କାନାଳ କଣ୍ଟାବଣିଆ ଟାଟା ଷ୍ଟିଲରେ ଘଟିଥିବା ଏକ ଅଭାବନୀୟ ଖବର ସାମ୍ନାକୁ ଆସିଛି। ଢେଙ୍କାନାଳ ମେରାମଣ୍ଡଳି ସ୍ଥିତ ଟାଟା ଷ୍ଟିଲ ପ୍ଲାଣ୍ଟରେ ବ୍ଲାଷ୍ଟ ଫର୍ଣ୍ଣେସରୁ ହେଲା ଗ୍ୟାସ ଲିକ ହୋଇଥିବା କୁହାଯାଉଛି। ଷ୍ଟିମ୍ ପାଇପ୍ ଲାଇନ୍ ଫାଟି ୧୭ କର୍ମଚାରୀ ଗୁରୁତର। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଆହତଙ୍କ ସଂଖ୍ୟା ବଢିପାରେ ବୋଲି ମଧ୍ୟ କୁହାଯାଉଛି। କିଛି ଗୁରୁତରଙ୍କୁ କଟକ ସ୍ତିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।