ପଶ୍ଚିମ ଓଡ଼ିଶାରେ ଅସହ୍ୟ ତାତି, ସମ୍ବଲପୁରରେ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ
ଆଞ୍ଚଳିକ ପାଣିପାଗ ବିଜ୍ଞାନ ପକ୍ଷରୁ ସୂଚନା ଜାରି

ଓଏଲ୍ ବ୍ୟୁରୋ: ତାତିରେ ଆଉଟୁପାଉଟୁ ହେଉଛନ୍ତି ପଶ୍ଚିମ ଓଡ଼ିଶାବାସୀ। ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ହୋଇଥିବା ତାପମାତ୍ରା ଅନୁସାରେ ସମ୍ବଲପୁରରେ ୪୪ ଓ ଝାରସୁଗୁଡାରେ ପାରା ୪୩.୪ ଡ଼ିଗ୍ରି ଛୁଇଁଲା ତାପମାତ୍ରା। ତେବେ ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ ପକ୍ଷରୁ ସୂଚନା ଜାରି ହୋଇଛି।
ଅନ୍ୟପଟେ, ତାତିରେ ଲାଗିଲା ବ୍ରେକ୍। ପ୍ରବଳ ଗ୍ରୀଷ୍ମ ପ୍ରବାହରେ ସାରା ରାଜ୍ୟବାସୀ ଆଉଟୁପାଉଟୁ ହେଉଥିବାବେଳେ ଅଚାନକ ବର୍ଷା ସମସ୍ତଙ୍କୁ ଆଶ୍ୱସ୍ତି ଦେଇଛି। ଏଯାଏଁ ମୌସୁମୀ ଓଡ଼ିଶାରେ ପ୍ରବେଶ କରିନଥିବାରୁ ଚାଷକାର୍ଯ୍ୟ ପାଇଁ ଚାଷୀମାନେ ବ୍ୟସ୍ତ ହୋଇପଡ଼ିଛନ୍ତି। ତେବେ ହଠାତ୍ ବର୍ଷା ଅସହ୍ୟ ଗ୍ରୀଷ୍ମ ପ୍ରବାହରୁ ମୁକ୍ତି ଦେଇଛି।
ଗତକାଲି ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଅଂଶୁଘାତ ଜନିତ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିଲା। ୮ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିଲା। ଝାରସୁଗୁଡା, ସମ୍ବଲପୁର, ବରଗଡ, ସୋନପୁର, ବୋଦ୍ଧ, ବଲାଙ୍ଗୀର, କଳାହାଣ୍ଡି, କେନ୍ଦୁଝର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଥିଲା ପାଣିପାଗ କେନ୍ଦ୍ର।