ଗୁଜରାଟ ମୁହାଁ ବାତ୍ୟା, ମାଡ଼ି ଆସୁଛି ‘ବିପର୍ଯ୍ୟୟ’
୮ ହଜାର ଲୋକ ଓ ଦେଢ଼ରୁ ୨ ଲକ୍ଷ ଗୃହପାଳିତ ପଶୁଙ୍କୁ ସ୍ଥାନାନ୍ତର

ଓଏଲ୍ ବ୍ୟୁରୋ: ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ଅତି ଭୀଷଣ ବାତ୍ୟାର ରୂପ ନେଇଛି ‘ବିପର୍ଯ୍ୟୟ’। ସାମୁଦ୍ରିକ ଝଡ଼ ବିପର୍ଯ୍ୟୟ ଘନିଭୂତ ହେବା ସହିତ ମହାବାତ୍ୟାର ରୂପ ନେଇଛି। ଏହା ସହିତ ଗୁଜରାଟ ଉପକୂଳରେ ମାଡ଼ ହେବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରିଛନ୍ତି। ବାତ୍ୟା ମୁକାବିଲା ନେଇ କେନ୍ଦ୍ର, ରାଜ୍ୟ, ନାଭି, କୋଷ୍ଟ ଗାର୍ଡଙ୍କୁ ନେଇ କଚ୍ଛରେ ବୈଠକ। ୮ ହଜାର ଲୋକ ଓ ଦେଢ଼ରୁ ୨ ଲକ୍ଷ ଗୃହପାଳିତ ପଶୁଙ୍କୁ ସ୍ଥାନାନ୍ତର କରାଯାଇଛି।
ଭେରି ସିଭିୟର୍ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେଲା ବିପର୍ଯ୍ୟୟ। ବାତ୍ୟା ପ୍ରଭାବରେ ଅଶାନ୍ତ କଚ୍ଛ ଅଞ୍ଚଳର ମାଣ୍ଡଭି ଉପକୂଳ, ନଭସାରୀ ଓ ଦ୍ୱାରକା ଅଞ୍ଚଳରେ ମଧ୍ୟ ଉଚ୍ଚ ଜୁଆର। ଏବେ ଗୁଜରାଟ ମୁହାଁ ହେଉଛି ବାତ୍ୟା ବିପର୍ଯ୍ୟୟ। ଗୁରୁବାର ସଂଧ୍ୟାରେ ଗୁଜରାଟର କଚ୍ଚ ଓ ପାକିସ୍ଥାନର କରାଚି ଉପକୂଳରେ ମାଡ଼ ହେବା ସମ୍ଭାବନା ରହିଛି। ଗତ ୬ ଘଣ୍ଟା ହେଲା ଏହା ୧୨ କିଲୋମିଟର ବେଗରେ ଗତି କରୁଛି। ଆଗାମୀ ୨୪ ଘଣ୍ଟା ଭିତରେ ଆହୁରି ତ୍ରୀବ ରୂପ ନେବ। ଗୋଆ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରେ ଏହାର ପ୍ରଭାବ ପଡିବା ଆଶଙ୍କା ରହିଛି। ସମୁଦ୍ରକୁ ନଯିବା ଲାଗି ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି।
ଅନ୍ୟପଟେ, ବାତ୍ୟା ପରିଚାଳନା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂହ ପଟେଲଙ୍କ ସହିତ ସବିଶେଷ ଆଲୋଚନା କରିଛନ୍ତି। ରାଜ୍ୟକୁ କେନ୍ଦ୍ର ତରଫରୁ ପୂର୍ଣ୍ଣ ସହଯୋଗ ମିଳିବ ବୋଲି ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି। ଆସନ୍ତା ୧୫ ତାରିଖରେ ବିପର୍ଯ୍ୟୟ ସ୍ଥଳ ଭାଗ ଛୁଇଁବା ନେଇ ଆଶଙ୍କା ରହିଛି।