Odisha Link
Bridging the Missing Links in Odisha

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ୪ ପ୍ରତିଶତ ବୃଦ୍ଧି ହେଲା ମହଙ୍ଗା ଭତ୍ତା

ପେନ୍‌ସନ୍‌ଭୋଗୀଙ୍କ ଟିଆଇରେ ମଧ୍ୟ ୪ ପ୍ରତିଶତ ବୃଦ୍ଧି କରାଯାଇଅଛି

ଓଏଲ୍‌ ବ୍ୟୁରୋ: ରାଜ୍ୟର ସରକାରୀ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ରଜ ଭେଟି। ୪ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା। ମହଙ୍ଗା ଭତ୍ତା ୩୮ ପ୍ରତିଶତରୁ ୪୨ପ୍ରତିଶତକୁ ବୃଦ୍ଧି ହୋଇଛି। ବର୍ଦ୍ଧିତ ଭତ୍ତା ୨୦୨୩ ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ ହେବ। ବର୍ଦ୍ଧିତ ହୋଇଥିବା ଏହି ମହଙ୍ଗା ଭତ୍ତା ଜୁନ୍ ମାସ ଦରମାରେ ନଗଦ ଆକାରରେ ମିଳିବ ବୋଲି ସୂଚନା ରହିଛି। ଏହାସହ ପେନ୍‌ସନ୍‌ଭୋଗୀଙ୍କ ଟିଆଇରେ ମଧ୍ୟ ୪ ପ୍ରତିଶତ ବୃଦ୍ଧି କରାଯାଇଅଛି। ସେହି ଆଧାରରେ ପେନ୍‌ସନ୍‌ଭୋଗୀ ମଧ୍ୟ ଜୁନ୍‌ ମାସ ପେନ୍‌ସନ୍‌ରେ ବର୍ଦ୍ଧିତ ଟିଆଇ ପାଇବେ। ବଢ଼ିଥିବା ମହଙ୍ଗା ଭତ୍ତା ଦ୍ୱାରା ୭.୫ ଲକ୍ଷ ସରକାରୀ କର୍ମଚାରୀ ଓ ପେନ୍‌ସନ୍‌ଭୋଗୀ ଉପକୃତ ହେବେ ବୋଲି କୁହାଯାଉଛି।

Leave A Reply

Your email address will not be published.