Odisha Link
Bridging the Missing Links in Odisha

ଆଜି ପହିଲି ରଜ, ଗାଁରୁ ସହର ଉତ୍ସବ ମୁଖର

ବିଭିନ୍ନ ସ୍ଥାନରେ ଲାଗିଛି ଦୋଳି

ଓଏଲ୍‌ ବ୍ୟୁରୋ: ଆଜି ପହିଲି ରଜ। ମହାମାରୀ ପରେ ରଜ ପାଳନ ନେଇ ଲୋକଙ୍କ ଭିତରେ ବେଶୀ ଉତ୍ସାହ ରହିଥିବା ଦେଖିବାକୁ ମିଳିଛି। ଗାଁ ଠାରୁ ସହର ଯାଏଁ, ବିଭିନ୍ନ ସ୍ଥାନରେ ଲାଗିଛି ଦୋଳି। ବିଭିନ୍ନ ରକମର ପିଠା ପଣା ସାଙ୍ଗକୁ ବନ୍ଧୁ ବାନ୍ଧବଙ୍କ ସହ ଜମିଲାଣି ଗପର ଆସର। ରାଜ୍ୟର ବିଭିନ୍ନ ସ୍ଥାନରେ ରଜ ପର୍ବ ଧୂମଧାମରେ ପାଳନ କରାଯାଉଛି। ଉପକୂଳ ଓଡ଼ିଶାରେ ଆଜି ରଜ ପାଗ ହୋଇଥିବାରୁ ଏହା ମାହୋଲକୁ ଅଧିକ ସରସ କରିବ ବୋଲି କୁହାଯାଉଛି।

ଅତି ଆନନ୍ଦର ସହ ଚଳିତ ବର୍ଷ ରଜ ପାଳନ ନେଇ ରହିଛି ସଭିଙ୍କ ଆଶା। ବାହାର ରାଜ୍ୟର ରହୁଥିବା ଲୋକେ ନିଜ ନିଜ ଗାଁକୁ ଫେରିଛନ୍ତି।ବିଭିନ୍ନ ସ୍ଥାନରେ ରଜ ମହୋତ୍ସବ ପାଳିତ ହେଉଛି। ନୂଆ ପୋଷାକ ପିନ୍ଧି ରଜ ଦୋଳି ସାଙ୍ଗକୁ ପିଠାପଣାର ମଜା ନେଲେଣି ସବୁ ବର୍ଗର ଲୋକ। ପିଲାଠୁ ବୁଢା ଯାଏ ସମସ୍ତେ ଦୋଳି ଖେଳିଲେଣି। କେତେକ ସ୍ଥାନରେ ରଜ ଲାଗି ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେଉଛି। ଆଜି ବୁଧବାର ହୋଇଥିବା ହେତୁ ପହିଲି ରଜରେ ଆମିଷ ଦୋକାନରେ ବେଶ୍ ଭିଡ଼ ପରିଲକ୍ଷିତ ହେଉଛି।