Odisha Link
Bridging the Missing Links in Odisha

ଶ୍ରୀମନ୍ଦିରରେ ଏଏସଆଇ ଟିମ୍, ଯାଞ୍ଚ ହେବ ଗର୍ଭଗୃହ

ଏଏସଆଇର ୪ଜଣିଆ ବୈଷୟିକ ଟିମ୍ ଏହି ଯାଞ୍ଚ କରିବେ

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିରରେ ଏଏସଆଇ ଟିମ୍। ଶ୍ରୀମନ୍ଦିର ବୈଷୟିକ କୋର୍ କମିଟି ଓ ପୂର୍ତ୍ତ ବିଭାଗ ଟିମ୍ ମଧ୍ୟ ସାମିଲ। ଆଜିଠୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଗର୍ଭଗୃହ ଯାଞ୍ଚ। ଗର୍ଭଗୃହ, ନାଟମଣ୍ଡପ, ଜଗମୋହନ ଯାଞ୍ଚ କରାଯିବ। ଏଏସଆଇର ୪ଜଣିଆ ବୈଷୟିକ ଟିମ୍ ଏହି ଯାଞ୍ଚ କରିବେ।

ରଥଯାତ୍ରା ସମୟରେ ପ୍ରତିବର୍ଷ ବୈଷୟିକ ଟିମ୍ ଦ୍ୱାରା ଗର୍ଭଗୃହ ଯାଞ୍ଚ ଓ ଆବଶ୍ୟକୀୟ ମରାମତି କରାଯାଇଥାଏ। ଏନେଇ ବିଶେଷଜ୍ଞଙ୍କ ଦ୍ୱାରା ଡ୍ରିଲିଂ କାର୍ଯ୍ୟ କରାଯିବ। ଏହା ପରେ ଷ୍ଟିଲ ଫ୍ରେମ୍ ଲଗାଯିବ। ଦୁଇ ଦିନ ଭିତରେ ଷ୍ଟିଲ ଫ୍ରେମ୍ କାମ ସରିଲେ ତାକୁ ଲଗାଯାଇ ସେଥିରେ କବାଟ ଲଗାଯିବ। ରଥଯାତ୍ରାର ୯ଦିନ ଭିତରେ ଏହି କାମ ସରିବ ବୋଲି କୁହାଯାଉଛି। ତେବେ ଏଥିପାଇଁ ଶ୍ରୀମନ୍ଦିରରେ ଏଏସଆଇ ଟିମ୍ ସହ ବୈଷୟିକ କୋର୍ କମିଟି ଓ ପୂର୍ତ୍ତ ବିଭାଗ ଟିମ୍ ମଧ୍ୟ ପହଂଚି ସାରିଛନ୍ତି।