Odisha Link
Bridging the Missing Links in Odisha

‘ସାରା ଦୁନିଆ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରୁଛି, କଂଗ୍ରେସକୁ ଭାରି କଷ୍ଟ ହେଉଛି’

ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କଲେ ନଡ୍ଡା।

ଓଏଲ୍‌ ବ୍ୟୁରୋ: ଗଡ଼ୁଛି ଦିନ ଆଉ ବଢୁଛି ରାଜନୈତିକ ଅଙ୍କକଷା। ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ। ଏସବୁ ମଧ୍ୟରେ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ପରେ ସାରା ଦେଶରେ ଭାରତୀୟ ଜନତା ପାର୍ଟି ଆରମ୍ଭ କରିଛି ମହା ଜନସମ୍ପର୍କ ଅଭିଯାନ। ଏସବୁ ମଧ୍ୟରେ ଭବାନୀପାଟଣାରେ ବିଜେପି ସଭାପତି ଜେପି ନଡ୍ଡାଙ୍କ ଉଦବୋଧନ। ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କଲେ ନଡ୍ଡା। ବାହାନଗା ଟ୍ରେନ ଟ୍ରାଜେଡି ମୃତକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଲେ ବିଜେପିର ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡା।

ସେ କହିଛନ୍ତି, ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବକୁ ସାରା ବିଶ୍ବ ମାନୁଛି। ନୋବେଲ ବିଜେତା ପଲ୍ ରୋମର ବି ମୋଦିଙ୍କ ପ୍ରଶଂସାରେ ଶତମୁଖ। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ବସ୍’ କହି ସମ୍ବୋଧନ କଲେ। ଆଜି ପାଟନାରେ କଂଗ୍ରେସ ସହ କିଛି ବିରୋଧି ଏକାଠି ହୋଇଛନ୍ତି। ରାହୁଲ ଗାନ୍ଧିଙ୍କ ଜେଜେମା ଲାଲୁ, ନୀତୀଶଙ୍କୁ ଜେଲରେ ଠୁଙ୍କିଥିଲେ। ଆଜି ସେହିମାନେ ରାହୁଲଙ୍କ ସହ ସେଠାରେ ଏକାଠି ହୋଇଛନ୍ତି।

ଭୋଟ ରାଜନୀତିକୁ ଛାଡ଼ି ରିପୋର୍ଟ କାର୍ଡ ରାଜନୀତି ଆରମ୍ଭ ହୋଇଛି। ଯାହା କହିଥିଲେ, ତାଠାରୁ ଅଧିକ କାମ କରିଛନ୍ତି ମୋଦି। ସାରା ଦୁନିଆ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରୁଛି। କିନ୍ତୁ ଏଠାରେ ଆମ କଂଗ୍ରେସ ନେତାଙ୍କ ପେଟ ମୋଡୁଛି। ମୋଦିଙ୍କୁ ପ୍ରଶଂସା କଲେ କଂଗ୍ରେସକୁ ଭାରି କଷ୍ଟ ହେଉଛି କହିଛନ୍ତି  ବିଜେପିର ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡା।

Leave A Reply

Your email address will not be published.